Home ଓଡ଼ିଶା ବିଜେପି ଯୁବ ନେତା ତଥା ବଣିକ ସଂଘ ସମ୍ପାଦକଙ୍କ ବିୟୋଗ ..

ବିଜେପି ଯୁବ ନେତା ତଥା ବଣିକ ସଂଘ ସମ୍ପାଦକଙ୍କ ବିୟୋଗ ..

77

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବିଜେପି ଯୁବନେତା ତଥା ନିରାକାରପୁର ବଣିକ ସଂଘ ସମ୍ପାଦକ ପବିତ୍ର ମୋହନ ସାହୁଙ୍କର ବିୟୋଗ ଘଟିଛି। ପବିତ୍ର ସାହୁ କିଛି ଦିନ ହେଲା ଗୁରୁତ୍ୱର ବ୍ୟାଧିରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲେ, ଜୀବନ ସହତ ସଙ୍ଘର୍ଷ କରି ଶେଷରେ ସେ ଶୁକ୍ରବାର ମଧ୍ୟ ରାତ୍ରୀରେ ଜୀବନ ହାରିଦେଲେ। ପବିତ୍ର ସାହୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍) ଜଣେ ସ୍ୱୟଂ ସେବକ। ସେ ଦୀର୍ଘ ଦିନ ହେଲା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଦି ଦାୟିତ୍ୱରେ ରହିବା ସହ ଜିଲ୍ଲା ବିଜେପିରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ରହି ଆସିଥିଲେ। ସେ ନିରାକାରପୁର ବଣିକ ସଂଘ ସମ୍ପାଦକ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ପବିତ୍ର ସାହୁଙ୍କ ବିୟୋଗରେ ସ୍ଥାନୀୟ ସଂଘ ପରିବାର ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ଆସନ୍ତା କାଲି ରବିବାର ଦିନ ପବିତ୍ର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ନିରାକାର ପୁର ବଜାର ବନ୍ଦ୍ ରହିବ ବୋଲି ଜଣାପଡ଼ିଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.