Home Top News ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଓ ରାଜ୍ୟବାସୀଙ୍କୁ ସହାୟ ପ୍ରଦାନ କରିବାକୁ ମାଗୁଣି କରି ଜଗନ୍ନାଥଙ୍କ ନିକଟରେ...

ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଓ ରାଜ୍ୟବାସୀଙ୍କୁ ସହାୟ ପ୍ରଦାନ କରିବାକୁ ମାଗୁଣି କରି ଜଗନ୍ନାଥଙ୍କ ନିକଟରେ ଶରଣ ପଶିଲେ ବିଜେପି ବିଧାୟକ ଦଳ

89

ଭୁବନେଶ୍ୱର: ବିଧାନସଭା ଗୃହର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଅତି କମରେ ୬୦ ଟି କାର୍ଯ୍ୟ ଦିବସ ଚାଲିବା ଉଚିତ୍। ଗୃହର ମୁଖ୍ୟ ଭାବେ ଏହି ଦାୟୀତ୍ୱ ହେଉଛି ମୁଖ୍ୟମନ୍ତ୍ରୀଙ୍କର ଏବଂ ଏହାକୁ ସଠିକ ନିର୍ବାହ କରିବା ଦାୟୀତ୍ୱ ହେଉଛି ବାଚସ୍ପତିଙ୍କର। ମୁଖ୍ୟମନ୍ତ୍ରୀ ନାଁ ବିଧାନସଭାକୁ ଆସୁଛନ୍ତି, ନାଁ ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରି ଗୃହ କାର୍ଯ୍ୟକୁ ସଠିକ ପରିଚାଳନା କରୁଛନ୍ତି। ଏହି କାରଣରୁ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ୟାର ସମାଧାନ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ କହିଛନ୍ତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଚଳିତ ଶୀତକାଳିନ ବିଧାନସଭା ଅଧିବେସନକୁ ମାତ୍ର ୯ ଦିନ ଚଲାଇ ହଠାତ୍ ବନ୍ଦ କରିଦିଆଗଲା। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମେତ ମଣ୍ଡି, ଧାନ, ଚାଷ, ବେକାରୀ, ଦାଦନ ଭଳି ବହୁ ସମସ୍ୟା ସଂପର୍କରେ ଆଲୋଚନା ହୋଇପାରିଲା ନାହିଁ। ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଅନୁପସ୍ଥିତ ରହିବା, କୈାଣସି ବିବୃତି ନଦେବା, ବିରୋଧିଙ୍କ ଦାବିକୁ କର୍ଣ୍ଣପାତ ନକରିବା, ଗୃହକୁ ବିଶ୍ୱାସରେ ନନେବା ଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ସମଗ୍ର ରାଜ୍ୟବାସୀଙ୍କ ମନରେ ବହୁ କଷ୍ଟ ଦେଇଛି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। ମହିଳା ଓ ଶିଶୁ ନିର୍ଯ୍ୟାତନାରେ ଓଡିଶା ସମଗ୍ର ଦେଶରେ ୨ତ ସ୍ଥାନ ଅଧିକାର କରି ବିରଳ ରେକର୍ଡ ସୃଷ୍ଟି କରିଥିବାବେଳେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀରବ ରହିବା, ବିଧାନସବାକୁ ନଆସିବା, ଗୃହରେ ବିରୋଧୀ୍‌କ ପ୍ରଶ୍ନର ଉତର ନଦେବା ଓଡିଶାବାସିଙ୍କ ମନରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ କାଲି ଯେଉଁଭଳି ଭାବେ ରାତିଅଧିଆ ବିଧାନସଭା ଗୃହ କାର୍ଯ୍ୟକୁ ବନ୍ଦ କରିଦିଆଗଲା, ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଷ୍ଣୁ ସେଠୀ କହିଛନ୍ତି।ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ମୁରବୀ। ନବୀନ ବାବୁଙ୍କ ଶାସନରେ ବିଧାନସଭା ଚାଲିପାରିଲା ନାହିଁ କି କୈାଣସି ସମସ୍ୟାର ଆଲୋଚନା ମଧ୍ୟ ହୋଇପାରିଲା ନାହିଁ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି। ହକି ମ୍ୟାଚ ଦେଖିବା ପାଇଁ ଷ୍ଟାଡିଆମ ଯାଉଛନ୍ତି। ଅଥଚ ବିଧାନସଭା ଆସୁନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଦରେ କିଏ ଜଞ୍ଜୀର ପକାଇଛି, କାହିଁକି ବିଧାନସଭା ଆସୁନାହାଁନ୍ତି ତାହା ଆମେ ଜାଣିପାରିଲୁ ନାହିଁ। ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥ ନବୀନ ବାବୁଙ୍କୁ ସଦବୁଦ୍ଧି ଦିଅନ୍ତୁ ଏବଂ ଓଡ଼ିଶାର ଲୋକଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ପ୍ରାର୍ଥନା କରିବାକୁ ଆସିଛୁ ବୋଲି ବିଷ୍ଣୁ ସେଠୀ କହିଛନ୍ତି। ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଜୟନାରାୟଣ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଭାସ୍କର ମଢେଇ, ସନାତନ ବିଜୁଳି, ନବଚରଣ ମାଝୀ, ପ୍ରକାଶ ସୋରେନ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.