Home Top News ହିନ୍ଦୁ ଦେବାଦେବୀଙ୍କୁ ଅବହେଳା ଓ ଅପମାନିତ କରି ମନ୍ଦିରର କୋଟି କୋଟି ଟଙ୍କା ଆତ୍ମସାତ କରିଛି...

ହିନ୍ଦୁ ଦେବାଦେବୀଙ୍କୁ ଅବହେଳା ଓ ଅପମାନିତ କରି ମନ୍ଦିରର କୋଟି କୋଟି ଟଙ୍କା ଆତ୍ମସାତ କରିଛି ବିଜେଡି ସରକାର: ଡଃ. ଲେଖାଶ୍ରୀ ସାମନ୍ତସିଂହାର

101

ଭୁବନେଶ୍ୱର: ସରକାର ହିନ୍ଦୁ ଦେବାଦେବୀ ମନ୍ଦିରର ପରିଚାଳନାରେ ଘୋର ଅନିୟମିତତା କରୁଛନ୍ତି। ସିଏଜି ରିପୋର୍ଟରେ ସରକାରଙ୍କ ବିଫଳତା ସାମ୍ନାକୁ ଆସିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ସରକାର ଜାଣିଶୁଣି ୧୨ଟି ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଯଥା ଲିଙ୍ଗରାଜ, ସମଲେଶ୍ୱରୀ, କଟକ ଚଣ୍ଡୀ, ଆଖଣ୍ଡଳମଣି, ସାରଳା, ମା’ ମଙ୍ଗଳା ଆଦି ମନ୍ଦିରରେ ଟ୍ରଷ୍ଟ୍ ବୋର୍ଡ ବନାଉ ନାହାଁନ୍ତି। କଲେକ୍ଟର ତହସିଲଦାର ମାନେ ମନମୁଖୀ କାମ କରୁଛନ୍ତି। କୌଣସି ମନ୍ଦିରରେ କ୍ୟାସ୍ ବୁକ୍‌, ବାର୍ଷିକ ଆକାଉଣ୍ଟ ଓ ଆୟ ଖର୍ଚ୍ଚ ବନାଯାଉନାହିଁ। କେତେ ପଇସା ଆୟ ଓ କେତେ ବ୍ୟୟ ହେଲା ତାର ହିସାବ ନାହିଁ ଏବଂ ଦେବାଦେବୀଙ୍କ ଅଳଙ୍କାରର ମଧ୍ୟ ହିସାବ ନାହିଁ। ଆଖଣ୍ଡଳମଣି ମନ୍ଦିରର ୮କେଜି ସୁନା ଟ୍ରେଜେରୀରେ ଅଛି ବୋଲି କୁହାଯାଉଛି ହେଲେ ଚାବି ମିଳୁନାହିଁ। ରତ୍ନଭଣ୍ଡାର ଭଳି ଏଠି ବି କେଳେଙ୍କାରୀ ହେଉଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ହଜାର ହଜାର ଏକର ଜମି ଲୋକେ ମାଡ଼ି ବସିଛନ୍ତି। ଲିଙ୍ଗରାଜ ମନ୍ଦିର ଜମି ଭୁବନେଶ୍ୱର ବାହାରେ କେତେ ଅଛି ସେଇଟାବି କତ୍ତୃପକ୍ଷଙ୍କୁ ଅଜଣା। ଢେଙ୍କାନାଳ ଦେବୋତରର ୧୦୦୦ ହଜାର ଏକର ଲୋକେ ମାଡ଼ି ବସିଥିବା ବେଳେ ସରକାର କିଛି ପଦକ୍ଷେପ ନେଉନାହାଁନ୍ତି। ଜଗନ୍ନାଥ ବଲ୍ଲଭରେ ଟ୍ରଷ୍ଟ୍ ବୋର୍ଡ ଗଠନ ନକରି ସରକାର ଚୁପ ଚାପ ଜମି ବିକି ଚାଲିଛନ୍ତି। ଭୁବନେଶ୍ୱର ଗୌତମ ନଗରରେ ୬ ଏକର ଲିଙ୍ଗରାଜଙ୍କ ଜମିକୁ ୧୯୯୫ ମସିହାରେ ପ୍ରାଇଭେଟ୍ ଲୋକଙ୍କ ନାଁ’ ରେ କରିଦେଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ତାର ମୂଲ୍ୟ ୧୦୦ କୋଟିରୁ ଉପରେ। ମନ୍ଦିର ମାନଙ୍କର ଯେତେ ଦୋକାନ ଅଛି କାହାରି ସାଥିରେ ଚୁକ୍ତିନାମା ନାହିଁ, ଆଉ ମନଇଚ୍ଛା ଭଡ଼ା ଦେଉଛନ୍ତି। କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ମନ୍ଦିର କତ୍ତୃପକ୍ଷ ଚଳୁ କରିଦେଇଛନ୍ତି ବୋଲି ସିଏଜି କହିଛନ୍ତି। ସରକାର ମନ୍ଦିରର ଦାୟିତ୍ୱ ନେବେ କଣ, ନିଜେ ଅମଲାତନ୍ତ୍ର ଲୁଟିଚାଲିଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଏହାବ୍ୟତୀତ ରାଜ୍ୟ ସରକାର ରାଜସ୍ୱରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କରିଛନ୍ତି। ଏଥିରେ ୧୫୯୬ କୋଟି ଟଙ୍କାର ରାଜସ୍ୱ ହାନୀ ଓ ୧୨୦୦ କୋଟି ଟଙ୍କାର ହିସାବ ସିଏଜିକୁ ଦେଇ ପାରିନାହାଁନ୍ତି। ୩୫୦ କୋଟି ଟଙ୍କା ଇନ୍ଦ୍ରାଣୀ ପଟ୍ଟନାୟକ ଖଣିକୁ ଅର୍ଥନୈତିକ ଲାଭ ଦେଇଛନ୍ତି। ପିଲାଙ୍କ ଖାଦ୍ୟ ଅଙ୍ଗନବାଡିକୁ ନଯାଇ ଦେଢ଼ କୋଟି ଟଙ୍କା ଖାଇଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ୪୪ ଏକର ଲୋକଙ୍କ ଜମି କ୍ଷୁଦ୍ର ଜଳସେଚନ ବିଭାଗ ବିନା କ୍ଷତିପୂରଣରେ ନେଇଯାଇଛନ୍ତି ଓ ଲୋକେ ଯେତେ ଗୁହାରି କଲେବି କେହି ଶୁଣୁନାହାଁନ୍ତି ଏସବୁ ଅତ୍ୟନ୍ତ ଚିନ୍ତାଜନକ କଥା ବୋଲି ଡ. ସାମନ୍ତସିଂହାର କହିଛନ୍ତି। ରାଜ୍ୟ ସରକାରଙ୍କୁ ଦରମା ଓ ପେନସନ୍ ଦେବା ପାଇଁ ଋଣ କରିବାକୁ ପଡୁଛି କିନ୍ତୁ ଯେଉଁ ସମ୍ପତ୍ତି, ସମ୍ପଦ ଆମର ଅଛି ତାକୁ ଦେବାରେ ରାଜ୍ୟ ସରକାର କାହିଁକି ଅବହେଳା କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ବିଶେଷ୍ କରି ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ସମ୍ପତି ଆୟବ୍ୟୟ ଏସବୁକୁ ଅସମ୍ମାନ କରି ମନ୍ଦିର ମାନଙ୍କୁ ଅବହେଳାର ଶିକାର ହେବା ପାଇଁ ରାଜ୍ୟ ସରକାର ବାଧ୍ୟ କରୁଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ. ସାମନ୍ତସିଂହାର କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂ ଓ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.