Home ଓଡ଼ିଶା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

123

ଭୁବନେଶ୍ୱର:ବୁଧବାର ଦିନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଓଡ଼ିଶାର ଏକ ବୈଠକ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଏଠାରେ ଉପସ୍ଥିତ ଥିଲେ।ଆଗାମୀ ଦିନରେ ସଦସ୍ୟତା ଅଭିଜାନ ଏବଂ ଅନ୍ୟାନ୍ୟ କିଛି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହି ବୈଠକ ରାଜ୍ୟ ବିଜେପିର ଆଗାମୀ ସାଙ୍ଗଠନିକ ନିର୍ବାଚନ ପାଇଁ ଉଦ୍ଦେଶ୍ୟ ଥିଲା ପରି ପ୍ରତୟମାନ ହେଉଥିଲା।ସମ୍ଭବତଃ ରାଜ୍ୟ ସଭାପତି ନିର୍ବାଚନ ପୂର୍ବରୁ ବିଜେପିର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ ଚୟନ ଏବଂ ଜିଲ୍ଲା ସଭାପତି ଚୟନ କରି ସଙ୍ଗଠନ ନିଜ ହାତରେ ରଖିବାର ଏହା ଏକ ପ୍ରୟାସ ଥିଲା।ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ପାଣ୍ଡିଆନଙ୍କ ଘରେ ଗୋବର ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଏଥରର ଜଟଣୀ ନିର୍ବାଚନ ମଣ୍ଡଳୀର ଭାଜପା ପାର୍ଥି ବିଶ୍ୱ ରଞ୍ଜନ ବଡ଼ଜେନା କାର୍ଯ୍ୟକ୍ରମ ପରିଚାଳନାର ସଂପୂର୍ଣ୍ଣ ଦାୟିତ୍ୱରେ ଥିଲେ।ତେବେ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ ଅନୁଗତ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ମଧ୍ୟ ବିଜେପିର ସାଧାରଣ କାର୍ଯ୍ୟକ୍ରମ ଯୋଜନା ଠାରୁ ଭିନ୍ନ ତଥା ହାଇ ପ୍ରୋଫାଇଲ ଢଙ୍ଗରେ ଥିଲା।ସୂଚନା ମୁତାବକ ଭାଜପା ଓଡ଼ିଶାର ଆଗାମୀ ସାଙ୍ଗଠନିକ ନିର୍ବାଚନ ପୂର୍ବରୁ ଯୁବମୋର୍ଚ୍ଚା ମାଧ୍ୟମରେ ସଙ୍ଗଠନ ନିଜ କବ୍ଜାରେ ରଖିବା ପ୍ରୟାସର ଏହା ଏୟ ଆରମ୍ଭ ଥିଲା//ଦେବଦତ୍ତ

ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.