Home ଓଡ଼ିଶା ମୃତା ଏସ୍ଆଇଙ୍କ ପରିବାରକୁ ଭେଟିଲେ ବିଜେଡି ନେତ୍ରୀ

ମୃତା ଏସ୍ଆଇଙ୍କ ପରିବାରକୁ ଭେଟିଲେ ବିଜେଡି ନେତ୍ରୀ

66

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ କାର୍ଯ୍ୟରତ ମୃତା ମହିଳା ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ପାଣ୍ଡବପାଟଣା ସ୍ଥିତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ କରିବାର ପ୍ରତିଶୃତି ଦେଇଛନ୍ତି ବିଜୁ ମହିଳା ଜନତା ଦଳ ରାଜ୍ୟ ଉପାଧ୍ୟକ୍ଷା ବାସନ୍ତୀ ମହାପାତ୍ର। ସ୍ୱାଗତିକା ବେହେରା ଗତ ଶନିବାର ଦିନ ଆତ୍ମହତ୍ୟା କରିଥିଲେ। ସରକାରୀ କ୍ୱାଟରରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ଜି. ଉଦୟଗିରି ଥାନା ଆଇଆଇସିଙ୍କ ମାନସିକ ନିର୍ଯାତନା ସ୍ବାଗତିକାଙ୍କ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ତଥା କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.