Home ଓଡ଼ିଶା ବଡ଼ ଖବର: ସରକାର ବାତିଲ୍ କଲେ ୪.୩୯ କୋଟି ରାସନ କାର୍ଡ୍; ଆପଣଙ୍କର ହୋଇନି ତ’...

ବଡ଼ ଖବର: ସରକାର ବାତିଲ୍ କଲେ ୪.୩୯ କୋଟି ରାସନ କାର୍ଡ୍; ଆପଣଙ୍କର ହୋଇନି ତ’ ବାତିଲ ?

201

ନୂଆଦିଲ୍ଲୀ: ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ NFSA ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ୨୦୧୩ ରୁ ୪.୩୯ କୋଟି ନକଲି ରେସନ କାର୍ଡ ବାତିଲ କରାଯାଇଛି। ବାତିଲ ହୋଇଥିବା ରାସନ କାର୍ଡ ବଦଳରେ ନିୟମିତ ଏବଂ ଯୋଗ୍ୟ ହିତାଧିକାରୀ କିମ୍ବା ପରିବାରକୁ ନୂତନ ରାସନ କାର୍ଡ ଜାରୀ କରାଯାଇଛି। ଦେଶସାରା ପ୍ରଦ୍ୟୋଗିକ ସମର୍ଥିତ ପିଡିଏସ୍ ସୂଧାର ଆଣିବା ଲକ୍ଷ ଅଭିଯାନ ଅଂଶ ସ୍ୱରୂପ ଏନଏଫ୍ଏସ୍ଏ ଲାଗୁ କରିବା ପ୍ରସ୍ତୁତି ସ୍ୱରୂପ ସାର୍ବଜନୀନ ବିତରଣ ସିଷ୍ଟମ (PDS)କୁ ଆଧୁନିକୀକରଣ କରିବା ଏବଂ ଏହାର ପରିଚାଳନାରେ ପାରଦର୍ଶିତା ତଥା କୁଶଳତା ଆଣିବା ଲକ୍ଷରେ ଏହି ପଦକ୍ଷେପ ନିଆଯାଇଛି। ରାସନ କାର୍ଡ ଏବଂ ହିତାଧିକାରୀ ମାନଙ୍କ ଡାଟାବେସର ଡିଜିଟାଇଜେସନ୍ କରିବା, ଏହାକୁ ଆଧାର ସହିତ ଲିଙ୍କ୍ କରିବା, ଅଯୋଗ୍ୟ କିମ୍ବା ବଗସ୍ ରେସନ୍ କାର୍ଡ ଚିହ୍ନଟ କରିବା, ଡିଜିଟାଇଜଡ୍ ତଥ୍ୟର ନକଲକୁ ରୋକିବା ଏବଂ ହିତାଧିକାରୀ ଅନ୍ୟ ସ୍ଥାନକୁ ଯିବା କିମ୍ୱା ମୃତ୍ୟୁ ହୋଇଯିବା ଭଳି ମାମଲା ଚିହ୍ନଟ କରିବା ପରେ ରାଜ୍ୟ ତଥା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ୨୦୧୩ ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୪.୩୯ କୋଟି ରାସନ କାର୍ଡ ବାତିଲ କରିଛନ୍ତି।

ହିତାଧିକାରୀଙ୍କ ସଠିକ ଚିହ୍ନଟ ପାଇଁ ନିଆଯାଇଛି ଏପରି ପଦକ୍ଷେପ –
ଏହା ବ୍ୟତୀତ, NFSA କଭରେଜ ପାଇଁ ଜାରୀ କରାଯାଇଥିବା କୋଟା NFSA ଅଧୀନରେ ସମ୍ବଦ୍ଧିତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ହିତାଧିକାରୀ ମାନଙ୍କୁ ‘ସଠିକ୍ ଚିହ୍ନଟ’ ପାଇଁ ନିୟମିତ ଭାବେ ବ୍ୟବହୃତ ହେଉଛି। ଏହା ଅଧୀନରେ ଯୋଗ୍ୟ ହିତାଧିକାରୀ କିମ୍ବା ପରିବାରକୁ ଅନ୍ତର୍ଭୁକ୍ତ କରିବା, ସେମାନଙ୍କୁ ନୂତନ ରେସନ କାର୍ଡ ଦେବା କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପରିଭାଷିତ କଭରେଜର ସମ୍ବଦ୍ଧିତ ସୀମା ମଧ୍ୟରେ କରାଯାଉଛି। ଉଲ୍ଲେଖନୀୟ କଥା ହେଉଛି, NFSA ଅଧୀନରେ TPDS ମାଧ୍ୟମରେ ୮୧.୩୫ କୋଟି ଲୋକଙ୍କୁ ଅତି କମ୍ ମୂଲ୍ୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ NFSA ଅଧୀନରେ ଖାଦ୍ୟ ଶସ୍ୟ (ଚାଉଳ, ଗହମ ଏବଂ ଅନ୍ୟାନ୍ୟ କଠିନ ଶସ୍ୟ) ଯୋଗାଇ ଦିଆଯାଉଛି। ଯାହା କେନ୍ଦ୍ର ଦ୍ୱାରା ଜାରୀ କିଲୋଗ୍ରାମ ପ୍ରତି ୧ ଟଙ୍କା, ୨ ଟଙ୍କା ଏବଂ ୩ ଟଙ୍କା ଅଧିକ ସବସିଡି ଯୁକ୍ତ ହାରରେ ଦିଆଯାଉଛି।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.