Home ଅପରାଧ ଭଦ୍ରକ: ଗୋ- ମାଫିଆଙ୍କ ଆକ୍ରମଣରେ ଆହତଙ୍କୁ ଭେଟିଲା ବିଜେପି ଟିମ୍

ଭଦ୍ରକ: ଗୋ- ମାଫିଆଙ୍କ ଆକ୍ରମଣରେ ଆହତଙ୍କୁ ଭେଟିଲା ବିଜେପି ଟିମ୍

104

ଭଦ୍ରକ: ଗୋ-ସୁରକ୍ଷା ପାଇଁ ଗୋ- ମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଭଦ୍ରକର କୁଆଁଶ ସ୍ଥିତ ଗୋରକ୍ଷକ ହେମନ୍ତ ବୈଶାଖଙ୍କ ଘରକୁ ଯାଇ ଭେଟିଛନ୍ତି ଭଦ୍ରକ ବିଜେପିର ଏକ ଟିମ୍। ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଏହି ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହ ଭଦ୍ରକ ତଥା ଓଡ଼ିଶାରୁ ଗୋ-ଚାଲାଣ ସଂପୂର୍ଣ୍ଣ ବନ୍ଦ ହେବା ନେଇ ଦାବୀ କରିଛି ବିଜେପି। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଯୁବମୋର୍ଚ୍ଚା ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ବିକାଶ ପାଢ଼ୀ ଏବଂ ଉର୍ମିଳା ସାହୁ ପ୍ରମୂଖ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଏକ କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ବେଳେ ଖବର ପାଇ ଅଟକାଇଲେ ଗୋ- ସୁରକ୍ଷା ସମିତିର କର୍ମକର୍ତ୍ତା। ଆଉ ଅଟକାଇବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ଗୋ- ମାଫିଆ। ଗୋରୁ ମାଫିଆଙ୍କ ମାଡ଼ରେ ଗୋ- ସୁରକ୍ଷା ସମିତିର ୩ ଜଣ କର୍ମକର୍ତ୍ତା ଗୁରୁତ୍ୱର ଆହତ ହୋଇଥିଲେ। ଘଟଣା ସ୍ଥଳରୁ ଗୋଟିଏ କଣ୍ଟେନର ଖସି ପଳାଇଥିବା ବେଳେ ୨ଟି କଣ୍ଟେନରକୁ ଜବତ କରାଯାଇଥିଲା। ଜବତ କଣ୍ଟେନର ମଧ୍ୟରୁ ୨୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.