Home ଅପରାଧ କୋମାରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ: ପ୍ରତିବାଦରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ...

କୋମାରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ: ପ୍ରତିବାଦରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ମହିଳା ମୋର୍ଚ୍ଚା

29

ଭୁବନେଶ୍ୱର/ଭଦ୍ରକ: ମା’, ଭଉଣୀ ଓ ଶିଶୁ ସୁରକ୍ଷା ପ୍ରସଙ୍ଗରେ ପ୍ରତ୍ୟେକ ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର। ତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏଭଳି ଏକ ପ୍ରକୋଷ୍ଠ ଖୋଲାଯାଇଥିବାର ଘୋଷଣା କରିଥିଲେ ଏବଂ ଏହି ପ୍ରକୋଷ୍ଠର ମୁଖ୍ୟ ଭାବେ ଜୈନିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଥିବାର ବିଭିନ୍ନ ଗଣମାଧ୍ୟମରେ ଘୋଷଣା କରିଥିଲେ। ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଏକ “ଆଇ୍ ୱାଶ୍” ଘୋଷଣା ଥିଲା। କାରଣ, ମମିତା ମେହେର ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଗତ ଡିସେମ୍ବର ୮ ତାରିଖ ଦିନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ବିଧାୟକା କୁସୁମ ଟେଟେଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ଟିମ୍ ରାଜ୍ୟ ସରକାରଙ୍କ ‘ମହିଳା ଓ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ’ ଅଧିକାରୀଙ୍କୁ ଭେଟି ଏହି ଘଟଣା ସଂପର୍କରେ ପଚାରିବାରୁ, ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା ଏବଂ ଏହି ଘଟଣାଟି ସଂପୃକ୍ତ ଜିଲ୍ଲା ପୋଲିସ ତଦନ୍ତ ପରିସରଭୁକ୍ତ ବୋଲି କହି କଥାକୁ ଏଡ଼ାଇ ଦେଇଥିଲେ। ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମ ରାଜ୍ୟରେ ବାସ୍ତବରେ ‘ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ’ ଖୋଲାଯାଇଛି, ନାଁ କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯାଇଛି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ନିହାତି ଆବଶ୍ୟକ।

ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରତିଦିନ ୪ଟି ବଳାତ୍କାର , ୬ଟି ଅପହରଣ ଘଟୁଛି ଏବଂ ଗତ ୭ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ଅଛନ୍ତି। ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ଅପରାଧ ବଢ଼ିବାରେ ଲାଗିଛି। ଏଥିରୁ ଜଣାପଡ଼ୁଛି ଯେ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ଭୂମିଭିତ୍ତିକ କାର୍ଯ୍ୟ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଜନତାଙ୍କୁ ଭ୍ରମିତ କରିବା ପାଇଁ ମାତ୍ର ଏକ ଧୂଆଁବାଣ। ଅର୍ଥାତ୍ ଏ’ ରାଜ୍ୟ ସରକାରରେ ମହିଳା ଓ ଶିଶୁ ବିପଦରେ। ମହିଳା ସଶକ୍ତିକରଣ ଏବଂ ସୁରକ୍ଷା ପ୍ରସଙ୍ଗରେ ମିଛ ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହିଳା ବିରୋଧୀ ଆଚରଣ ବିରୁଦ୍ଧରେ ମହିଳା ମୋର୍ଚ୍ଚା ମହାମହିମ ରାଜ୍ୟପାଳଙ୍କୁ ଅବଗତ କରିଛି। ରାଜ୍ୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ମହିଳା ମୋର୍ଚ୍ଚା ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ ଗୁରୁବାର ଦିନ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରହେଳିକା ପ୍ରସଙ୍ଗରେ ଅଭିଯୋଗ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ବ୍ୟତୀତ ଏହି ଟିମରେ ଜିଲ୍ଲା ଉପାଧ୍ୟକ୍ଷା ଶକୁନ୍ତଳା ସାମଲ, ଜିଲ୍ଲା ସଂପାଦିକା ସ୍ୱାଗତିକା ସାହୁ, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ, ଭଦ୍ରକାଳୀ ମଣ୍ଡଳ ସଭାନେତ୍ରୀ ସରସ୍ୱତୀ ସେନାପତି ଏବଂ ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସାମିଲ୍ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.