Home Top News ପଞ୍ଚାୟତ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତି

ପଞ୍ଚାୟତ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରଣନୀତି ପ୍ରସ୍ତୁତି

57

ପୁରୀ ୨୩-୧୨ (ଓଡ଼ିଆ ପୁଅ) ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ କୋଣାର୍କ ଯାତ୍ରି ନିବାସ ଠାରେ ଦୁଇଦିନିଆ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଯୋଗଦେଇ ଆଗାମୀ ଦିନରେ ସାସକ ଦଳ ସାସନରେ ବିଜେପି ପଞ୍ଚାୟତ ନିର୍ବାଚନ ରେ କିପରି ବିଯୟୀ ହେବ କହିଥିବା ସହ ୨୦ ବର୍ଷ ଶାସନ କାଳରେ ଜନ ହିତକାରୀ ଯୋଜନା ନାଁରେ ଜନସାଧାରଣଙ୍କୁ ଯେଉଁ ଭୁଆଁ ବୁଲଉଛନ୍ତି ରାଜ୍ୟ ସରକାର ତାହା ପଞ୍ଚାୟତ ନିର୍ବାଚନ ରେ ଉଚିତ୍ ଜବାବ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି କହିଛନ୍ତି।

ସେପଟେ ବ୍ରହ୍ମଗିରି ବିଧାୟକ ବୈଠକ ରେ ଯୋଗଦେଇ ରାଜ୍ୟ ସରକାରଙ୍କ ଶାସନ କାଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଚୋରି, ଲୁଣ୍ଠନ, ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ଚାପି ହେଉଥିବା ଘଟଣାକୁ ନେଇ ଆଗାମୀ ନିର୍ବାଚନରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବୁ ବୋଲି କହିଛନ୍ତି ଲଳିଟେନ୍ଦୁ ମହାପାତ୍ର।

ପୁରୀ ଜିଲ୍ଲାରେ ୧୧ଟି ବ୍ଳକ ରେ ସମସ୍ତ ସରପଞ୍ଚ ଓ ଜିଲ୍ଲାପରିଷଦ ପଦବୀ ହାତେଇବା ପାଇଁ କୋଣାର୍କ ଯାତ୍ରୀ ନିବାସ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁଇ ଦିନିଆ ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ବୈଠକରେ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ସହ ଅନ୍ୟାନ୍ୟ ଜିଲ୍ଲା ନେତୃ ବୃନ୍ଦ ପ୍ରମୁଖ ଶିବିରରେ ଯୋଗଦାନ କରି ପଞ୍ଚାୟତ ସ୍ତରୀୟ ନେତା ଓ ମଣ୍ଡଳ ସ୍ତରୀୟ ନେତୃବୃନ୍ଦମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ଜିଲ୍ଲାର ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁରୀ ଜିଲ୍ଲାରେ କିପରି ସମସ୍ତ ପଞ୍ଚାୟତ ସହ ଜିଲ୍ଲାପରିଷଦ ହାତେଇବେ ଆସାବାଦି ସମସ୍ତ ବିଜେପି ନେତା ଓ କର୍ମୀ। ଅନ୍ୟ ପଟେ ବିଜେଡି ସରକାର ଶାସନ କରି ଆସୁଥିବା ବେଳେ ବିଜେପି ର ରଣନୀତି କେତେ ଜନସାଧାରଣ ଉପରେ ପ୍ରଭାବ ପଢିବ। ତାହା ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜଣାପଡିବ କୁହନ୍ତି ବିଜେପି ଉପସଭାନେତ୍ରୀ।

ଗୋଟିଏ ପଟେ ବିଜେପି ର ରଣକ୍ଷେତ୍ର ପ୍ରସ୍ତୁତି ଶେଷ ହେବା ବେଳେ ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.