Home ଓଡ଼ିଶା ଇଣ୍ଡିଆ Vs ବାଂଗ୍ଲାଦେଶ : ବାଂଗ୍ଲାଦେଶ ଜିତିଲା ଟସ, ଭାରତ ପ୍ରଥମେ କରିବ ବ୍ୟାଟିଂ

ଇଣ୍ଡିଆ Vs ବାଂଗ୍ଲାଦେଶ : ବାଂଗ୍ଲାଦେଶ ଜିତିଲା ଟସ, ଭାରତ ପ୍ରଥମେ କରିବ ବ୍ୟାଟିଂ

316

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଆଜି ଭାରତ ଏବଂ ବାଂଗ୍ଲାଦେଶ T20 ମ୍ୟାଚ ଖେଳାଯାଉଛି। ବାଂଗ୍ଲାଦେଶ ଟସ୍ ଜୀତି ପ୍ରଥମେ ପିଲ୍ଡିଂ କରିବାକୁ ନିଷ୍ଟତ୍ତି ନେଇଛି। ଏହି ଟି-୨୦ ମ୍ୟାଚ୍ କ୍ରିକେଟ ଇତିହାସର ୧୦୦୦ତମ ମ୍ୟାଚ୍ ଅଟେ। ଟି-୨୦ ଫର୍ମାଟର ପ୍ରଥମ ମ୍ୟାଚ୍ ୧୭ ଫେବ୍ରୁଆରୀ ୨୦୦୫ ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା।

୨୬ ବର୍ଷର ମୁମ୍ବାଇର ଶିବମ ଦୁବେ ଆଜି ନିଜର ଡେବ୍ୟୁ ମ୍ୟାଚ ଖେଳିବେ। ସେ ଟି-୨୦ କ୍ରିକେଟରେ ଭାରତର ପ୍ରତିନିଧିତ୍ଵ କରିଥିବା ୮୨ତମ ଖେଳାଳି ହେଲେ। ତାଙ୍କୁ ଆଜି ରବି ଶାସ୍ତ୍ରୀ ତାଙ୍କୁ ଡେବ୍ୟୁ କ୍ୟାପ ଦେଇଛନ୍ତି।

ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେ ଭିଜିବିଲିଟି ଉପରେ ଧ୍ୟାନ ଦେବେ ଏବଂ ପ୍ରଦୂଷଣ ଯୋଗୁଁ ଖିଲାଳିମାନଙ୍କୁ କେତେ ପ୍ରଭାବ ପଡ଼ୁଛି ତାହାର ଧ୍ୟାନ ଦେବେ।

ବର୍ତ୍ତମାନ ପ୍ରଦୂଷଣର ସ୍ଥିତିରେ ସୁଧାର ଆସିବାରୁ ମ୍ୟାଚ୍ ଆରମ୍ଭ ହେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.