Home ଓଡ଼ିଶା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ

101

ଜଗତସିଂହପୁର, ୦୩/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶଙ୍କରପୁର ଗାଁରେ ଘଟିଛି। ତେବେ ପରେ ଗୁରୁତରଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗୁରୁତର ଜଣକ ଶଙ୍କରପୁର ଗାଁର ରମାରମଣ ଭୋଇ ବୋଲି ଜଣାପଡିଛି। ଆକ୍ରମଣରେ ତାଙ୍କର ମୁଣ୍ଡ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତ ଜଣକ ଧନେଶ୍ୱର ଭୋଇ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁରେ ଅଙ୍ଗନବାଡି ସହାୟିକା ନିଯୁକ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ କୋର୍ଟରେ କେସ ମଧ୍ୟ ଚାଲିଥିଲା। ଏଥିରେ ରମାଙ୍କର ଡିଗ୍ରୀ ହେବା ପରେ ଏଥିରେ ଉତକ୍ଷିପ୍ତ ହୋଇ ଧନେଶ୍ୱର ତାଙ୍କୁ ଗାଳି ଗୁଲଜ କରିବା ସହ ଖଣ୍ଡାରେ ଆକ୍ରମଣ କରି ଥିବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.