Home ଓଡ଼ିଶା ତ୍ରୀପୁରାରୀ ଗରଡା ବିଜେଡି ଛାଡିଲେ; ଜିଲ୍ଲା ବିଜେଡିରେ ତୋଷାମତକାରୀଙ୍କ ରାଜ ଓ ଗୋଷ୍ଠୀ କନ୍ଦଳଥିବା ଅଭିଯୋଗ...

ତ୍ରୀପୁରାରୀ ଗରଡା ବିଜେଡି ଛାଡିଲେ; ଜିଲ୍ଲା ବିଜେଡିରେ ତୋଷାମତକାରୀଙ୍କ ରାଜ ଓ ଗୋଷ୍ଠୀ କନ୍ଦଳଥିବା ଅଭିଯୋଗ କଲେ ତ୍ରୀପୁରାରୀ

633

କୋରାପୁଟ ୦୬-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ବିଜେଡିର ଉପସଭାପତି ତ୍ରୀପୁରାରୀ ଗରଡା ଦଳରୁ ଇସ୍ତାଫା ଦେଇଥିବା ପ୍ରେସକ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।କୋରାପୁଟ ମାଟିର ବିକାଶ ପାଇଁ ୯ ବର୍ଷ ତଳେ ଭାରତୀୟ ଜିବନ ବୀମା ନିଗମରୁ ଇସ୍ତାଫା ଦେଇ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ଭାବେ ଯୋଗଦେଇଥିଲି ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲା ବିଜେଡିର ଉପସଭାପତି ପଦବୀରେ ରାଜ୍ୟ ବିଜେଡି ସଭାପତି ନବୀନ ପଟନାୟକ ମନୋନୀତ କରିଥିଲେ ଓ ଯେଉଁ ସମୟରେ ଦଳ ଯାହା କହିଛି ତାହା ନିଷ୍ଠାର ସହ ସୁଚାରୂରୂପେ ପାଳନ କରିଥିଲି ବୋଲି ପ୍ରକାଶ କରିଥିଲେ।ଜିଲ୍ଲାର ବିକାଶ ନିମନ୍ତେ ଗତ ୨ ଟି ନିର୍ବାଚନରେ ମୁଁ ଆଶାୟୀ ଥିଲି କିନ୍ତୁ ମତେ ନ ଦେଇ ଅଯୋଗ୍ୟବ୍ୟକ୍ତିକୁ ଦଳ ପ୍ରାର୍ଥୀ କରିଥିବାରୁ ଗତ ନିର୍ବାଚନରେ ଦଳ ପରାସ୍ତ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ରହିଥିବା ଓ ରବି ନନ୍ଦଙ୍କୁ ସମର୍ଥନ କଲେ ଈଶ୍ୱର ପାଣିଗ୍ରାହୀଙ୍କ ଆକ୍ରୋଶର ଶୀକାର ହେବାକୁ ପଡେ ବୋଲି ସେ ଅଭିଯୋଗ କରିଥିଲେ।ଦଳରେ ତୋଷାମତକାରୀଙ୍କ ରାଜ ଚାଲିଛି ଓ କିଛି ବ୍ୟକ୍ତି ନିଜ ସ୍ୱାର୍ଥ ହାସଲ କରିବାକୁ ଦଳରେ ଅଛନ୍ତି ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ। କେଉଁ ଦଳକୁ ଯିବେ ବୋଲି ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ ମଧ୍ୟ ବିଜେପିକୁ ଯିବାର ସମ୍ବାବନା ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.