Home Top News ମୁମ୍ବାଇରେ ପ୍ରବଳ ବର୍ଷା: ଚେମ୍ବୁରରେ କାନ୍ଥ ଭୁଶୁଡ଼ିବା କାରଣରୁ ୧୧ ଜଣଙ୍କର ମୃତ୍ୟୁ, ଅନେକ ଫସିରହିଥିବା...

ମୁମ୍ବାଇରେ ପ୍ରବଳ ବର୍ଷା: ଚେମ୍ବୁରରେ କାନ୍ଥ ଭୁଶୁଡ଼ିବା କାରଣରୁ ୧୧ ଜଣଙ୍କର ମୃତ୍ୟୁ, ଅନେକ ଫସିରହିଥିବା ଆଶଂକା

25

ମୁମ୍ବାଇ ୧୮ ଜୁଲାଇ (ଓଡ଼ିଆ ପୁଅ) ଗତ ରାତିରୁ ମୁମ୍ବାଇରେ ଲଗାତାର ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପରେ ମୁମ୍ବାଇର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ଚେମ୍ବୁରରେ ଭାରତ ନଗରେ ଘର (ଝୁଗି) ଉପରେ କାନ୍ଥ ଭୁଶୁଡ଼ିବା ପରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଲାଣ୍ଡଡସ୍ଲାଇଡ୍ ଯୋଗୁଁ ଏହି କାନ୍ଥ ଭୁଶୁଡି ପଡିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ୮ ଜଣ ଫସି ରହିଥିବାର ଆଶଂକା କରାଯାଉଛି। ପାଣିପାଗ ବିଭାଗ ଆଜି ରେଡ ଆଲର୍ଟ ଜାରି କରିଛି। ଅର୍ଥାତ୍ ଆଜି ଦିନସାରା ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଏବଂ ଏହାର ପ୍ରଭାବରେ ସମଗ୍ର ମୁମ୍ବାଇ ଜଳମଗ୍ନ ହୋଇଛି। ମୁମ୍ବାଇ ସହିତ ଲାଗିଥିବା ଥାନେ, ପାଲଘର ଏବଂ ରାଇଗଡ ମଧ୍ୟ ଆଜି ପ୍ରବଳ ବର୍ଷା ହେବାର ସାକ୍ଷୀ ରହିଛନ୍ତି। ଅନେକ ଅଞ୍ଚଳରେ ଜଳ ଘରେ ପ୍ରବେଶ କରିଛି। ବର୍ଷା ଯୋଗୁଁ ରେଲୱେ ଟ୍ରାକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅର୍ଥାତ୍ ଆଜି ସ୍ଥାନୀୟ ୟାତାୟତ ମଧ୍ୟ ପ୍ରଭାବିତ ହେବ।

ଘଟଣାର କିଛି ସମୟ ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପୋର୍ସ (ଏନଡିଆରଏଫ) ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳରେ ଭୂସ୍ଖଳନ ଘଟିଥଲା ବୋଲି NDRF ନିଶ୍ଚିତ କରିଛି। ଏହି ଘଟଣା ଯୋଗୁଁ ପାଖାପାଖି ୫ ଟି ଘର ମଧ୍ୟ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.