Home Ganesh Puja ଅଷ୍ଟ ବିନାୟକ : ଜାଣନ୍ତୁ କେଉଁସବୁ ସ୍ଥାନରେ ରହିଛି ଏହିସବୁ ମନ୍ଦିର ଏବଂ କିପରି କରିବେ...

ଅଷ୍ଟ ବିନାୟକ : ଜାଣନ୍ତୁ କେଉଁସବୁ ସ୍ଥାନରେ ରହିଛି ଏହିସବୁ ମନ୍ଦିର ଏବଂ କିପରି କରିବେ ଦର୍ଶନ ..

342

ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟ ବିନାୟକଙ୍କର ଦର୍ଶନ କରିଥାନ୍ତି। ଅଷ୍ଟ ବିନାୟକ ଦର୍ଶନ କରିବାର ଏକ ନିୟମ ମଧ୍ୟ ରହିଛି। ଏହି ଅଷ୍ଟ ବିନାୟକ ମନ୍ଦିର ଗୁଡ଼ିକ ମହାରାଷ୍ଟ୍ରର ଏହି ସବୁ ସ୍ଥାନରେ ରହିଛନ୍ତି –

ଅଷ୍ଟବିନାୟକ ମନ୍ଦିର –

୧ – ମୋରେଶ୍ୱର ମନ୍ଦିର, ମୋରଗାଁଓ (ପୁଣେ)
୨ – ସିଦ୍ଧି ବିନାୟକ ମନ୍ଦିର, ସିଦ୍ଧଟେକ (ଅହମ୍ମଦ ନଗର)
୩ – ବଲ୍ଲଲଶ୍ୱର ମନ୍ଦିର, ପାଲି (ରାଇଗଡ଼)
୪ – ବରଦା ବିନାୟକ ମନ୍ଦିର, ମହାଡ (ରାଇଗଡ଼)
୫ – ଚିନ୍ତାମଣି ମନ୍ଦିର, ଥେଉର (ପୁଣେ)
୬ – ଗିରିଜାତମାଜ ମନ୍ଦିର, ଲେଣ୍ୟାଦ୍ରୀ (ପୁଣେ)
୭ – ବିଘ୍ନେଶ୍ୱର ମନ୍ଦିର, ଓଜାର (ପୁଣେ)
୮ – ମହାଗଣପତି ମନ୍ଦିର, ରଞ୍ଜନଗାଁଓ (ପୁଣେ)

ବିଶ୍ୱାସ ରହିଛି, ପ୍ରଥମେ ମୋରଗାଁଓ ସ୍ଥିତ ମୋରେଶ୍ୱର ମନ୍ଦିର ଦର୍ଶନ ଆରମ୍ଭ କରି ଏହାପରେ କ୍ରମ ଅନୁଯାୟୀ ସିଦ୍ଧଟେକ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ପାଲି ସ୍ଥିତ ବଲ୍ଲଲଶ୍ୱର ମନ୍ଦିର, ମହାଡ଼ ସ୍ଥିତ ବରଦା ବିନାୟକ ମନ୍ଦିର, ଥେଉର ସ୍ଥିତ ଚିନ୍ତାମଣି ମନ୍ଦିର, ଲେଣ୍ୟାଦ୍ରୀ ସ୍ଥିତ ଗିରିଜାତମାଜ ମନ୍ଦିର , ଓଜାର ସ୍ଥିତ ବିଘ୍ନେଶ୍ୱର ମନ୍ଦିର, ରଞ୍ଜନଗାଁଓ ସ୍ଥିତ ମହାଗଣପତି ମନ୍ଦିର ଦର୍ଶନ ସାରି ପୁଣିଥରେ ମୋରେଗାଁ ଗଣପତିଙ୍କର ଦର୍ଶନ କଲେ ଅଷ୍ଟ ବିନାୟକ ଯାତ୍ରା ସଂପୂର୍ଣ ହୁଏ। / –ଦେବଦତ୍ତ ରଥ 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.