Home Coronavirus Outbreak ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି – ସକ୍ରିୟ ରୋଗୀଙ୍କ...

ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି – ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀ ୩.୫୦ ଗୁଣ ଅଧିକ

78

ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି ପାଇଛି।

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୬୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬୩, ୧୭୩ ଜଣ ରୋଗୀ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୨୪, ୭୬, ୭୫୮କୁ ବୃଦ୍ଧି ପାଇଛି। ସେ ଦୃଷ୍ଟିରୁ ଦେଖିଲେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି।

ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭, ୦୭, ୨୬୭ ଥିବା ବେଳେ ଏହାଠାରୁ ୧୭, ୬୦, ୪୮୯ ସଂଖ୍ୟକ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ଆଜି ଆରୋଗ୍ୟ ହାର ଶତକଡା ୭୬ (୭୬.୩୦%) ଅତିକ୍ରମ କରିଛି।

ରେକର୍ଡ ସଂଖ୍ୟକ ସୁସ୍ଥ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ମୋଟ ସଂକ୍ରମିତ ରୋଗୀଙ୍କ ତୁଳନାରେ ଶତକଡା ୨୧.୮୭ରେ ରହିଛି।

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵିତ ପଦକ୍ଷେପ ତଥା ବ୍ୟାପକ ପରୀକ୍ଷଣ ଓ ହସ୍ପିଟାଲ ପରିଚାଳନା ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ନିୟମିତ ଭାବରେ ହ୍ରାସ ପାଉଥିବା ଏହି ହାର ଆଜି ୧.୮୪ ପ୍ରତିଶତରେ ରହିଛି।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid୧୯@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov୨୦୧୯@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.