Home Top News ସଉତୁଣୀକୁ ସ୍ବୀକୃତି: ୬୬ ବର୍ଷ ବରକୁ ୩୮ ବର୍ଷୀୟା କନ୍ୟା ..

ସଉତୁଣୀକୁ ସ୍ବୀକୃତି: ୬୬ ବର୍ଷ ବରକୁ ୩୮ ବର୍ଷୀୟା କନ୍ୟା ..

114

ନୂଆଦିଲ୍ଲୀ: ୬୬ ବର୍ଷରେ ପୁଣି ଥରେ ବର ସାଜିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଅରୁଣ ଲାଲ। ୩୮ ବର୍ଷୀୟା ବୁଲବୁଲ ସାହାଙ୍କ ସହ ହୋଇଛି ବିବାହ। କୋଲକତା ସ୍ଥିତ ହୋଟେଲ ପିୟରଲେସ୍‌ରେ ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ଆୟୋଜିତ ହୋଇଥିବା ବେଳେ ଏଥିରେ ବହୁ ହାଇପ୍ରୋଫାଇଲ ଗେଷ୍ଟ ସାମିଲ ହୋଇଥିଲେ। ଅରୁଣ ଲାଲଙ୍କ ମ୍ୟାରେଜ ସେରିମନିରେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନ ଓ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ। ଅରୁଣ ଲାଲ ପୂର୍ବରୁ ମଧ୍ୟ ବିବାହିତ ଥିବା ବେଳେ ତାଙ୍କ ପ୍ରଥମ ପତ୍ନୀ ରିନା ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରଥମ ପତ୍ନୀଙ୍କ  ଅନୁମତି କ୍ରମେ ଦ୍ୱିତୀୟ ବିବାହ କରିଛନ୍ତି ଅରୁଣ ଲାଲ। ଅରୁଣ ଉତ୍ତରପ୍ରଦେଶର ମୁରାଦାବାଦରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ ନିମନ୍ତେ କ୍ରିକେଟ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ। ତାଙ୍କୁ ୨୦୧୬ ମସିହାରେ କ୍ୟାନ୍ସର ହୋଇଥିଲା। ଏହା ପରେ ଦୀର୍ଘ ଦିନ ଚିକିତ୍ସାରେ ରହି ସେ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇଥିଲେ ଏବଂ ବେଙ୍ଗଲ ଟିମ୍‌ର କୋଚିଂ ଦାୟିତ୍ୱ ନେଇଥିଲେ।
-/DevD

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.