Home ଜିଲ୍ଲା ପରିକ୍ରମା ଅକ୍ଷୀମୁଠି ଅନୁକୂଳ କଲେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା

ଅକ୍ଷୀମୁଠି ଅନୁକୂଳ କଲେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା

30

ନୟାଗଡ଼ ୦୩/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟାରେ କୃଷକ ପରିବାରମାନେ ନୂତନ ବର୍ଷର କୃଷି ପର୍ବ ଆରମ୍ଭ କରି ଅକ୍ଷୀମୁଠି ଅନୁକୂଳ କରିଥାନ୍ତି। ପ୍ରତ୍ୟେକ କୃଷକ ପରିବାର ର ଏକ ମୁଠିବାର ଧାନ କ୍ଷେତ ରହିଅଛି। ସେହି କ୍ଷେତରେ ଧାନ ଅନୁକୂଳ କରିବା ପାଇଁ କୃଷକ ମାନେ ଧାନବୁଣା ଅନୁକୂଳ କରିଥାନ୍ତି। ଯାହାକୁ କି ଅକ୍ଷୀମୁଠି ଅନୁକୂଳ କୁହାଯାଏ। ରଣପୁର ନିର୍ବାଚନ ମଣ୍ଡଳୀର ୨୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ମହିଳା ହେଲେ ମଧ୍ୟ ଅକ୍ଷୀମୁଠି ଅନୁକୂଳ ପର୍ବରେ ସାମିଲ ହୋଇଥିବା ଜଣାପଡିଛି। ପ୍ରଥମେ ମହତପଲ୍ଲା ଗ୍ରାମପଞ୍ଚାୟତ ଡିମିରିଆ ଠାରେ ଚାଷୀମାନଙ୍କ ଦ୍ୱାରା ଆୟୋଜିତ ଅକ୍ଷୀମୁଠି ପର୍ବରେ ଲକ୍ଷ୍ମୀପ୍ରିୟା ଭୂମି ପୂଜନ ଓ ହଳ ପୂଜା କରିବା ସହିତ ବନ୍ଦାପନା କରିଥିଲେ।

ପରେ ପରେ କାଣ୍ଡପଡା ଗ୍ରାମପଞ୍ଚାୟତ କଳାମାଟିଆ ଚାଷିମାନଙ୍କ ଦ୍ୱାରା ଆୟୋଜିତ ଅକ୍ଷୀମୁଠି ପର୍ବରେ ସାମିଲ୍ ହୋଇ ଅନୁରୂପ କାର୍ଯ୍ୟ କରିଥିଲେ। ଏହି ଅବସରରେ କୃଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସମସ୍ୟା ବୁଝିଥିଲେ। କୃଷକ ମାନେ ଭେଟବର ବନ୍ଧର ପୁର୍ନଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଯାହାଫଳରେ କାଣ୍ଡପଡା, ବଳଭଦ୍ରପୁର, ମଝିଆଁଖଣ୍ଡ ଓ ମହତପଲ୍ଲା ଗ୍ରାମପଞ୍ଚାୟତର କୃଷକ ମାନେ ଖରାଟିଆ ଧାନଚାଷ କରି ପାରିବେ। ସମସ୍ୟାକୁ ନେଇ ନୟାଗଡ ଜିଲ୍ଲା ପରିଷଦ ବୈଠକ ରେ ଉପସ୍ଥାପନ କରିବେ ବୋଲି ଲକ୍ଷ୍ମୀପ୍ରିୟା ପ୍ରତିଶୃତି ଦେଇଥିଲେ। ଉନ୍ନତ ମାନର ବିହନ ଯୋଗାଇବା ପାଇଁ ରଣପୁର ବ୍ଲକ କୃଷି ଅଧିକାରୀ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ସେହିଭଳି ଭାବରେ ରଣପୁର ଅଂଚଳର ସମସ୍ତ କୃଷକ ପରିବାର ଅକ୍ଷୀମୁଠି ଅନୁକୂଳ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.