Home ଆନ୍ତର୍ଜାତୀୟ ଇଣ୍ଡୋନେସିଆ: ସୁମାତ୍ରା ଦ୍ଵୀପରେ ୬.୮ ତୀବ୍ରତାର ଭୂମିକମ୍ପ: ସୁନାମୀର ଚେତାବନୀ

ଇଣ୍ଡୋନେସିଆ: ସୁମାତ୍ରା ଦ୍ଵୀପରେ ୬.୮ ତୀବ୍ରତାର ଭୂମିକମ୍ପ: ସୁନାମୀର ଚେତାବନୀ

192

ଜାକର୍ତ୍ତା ୨-୮ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପ ତଟରେ ଶୁକ୍ରବାର ସଂଧ୍ୟାରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ମପାଯାଇଥିଲା। ୟୁରୋପିୟନ ମେଡିଟରେନିୟନ ସିସମୋଲଜିକାଲ ସେଣ୍ଟର ଅନୁସାର ଭୂମିକମ୍ପର ତୀବ୍ରତା ୭.୧ ରିକ୍ଟର ସ୍କେଲ ମପାଯାଇଥିଲା। ଇଣ୍ଡୋନେସିଆ ଭୂଭୌତିକୀ ଏଜେନ୍ସୀ ଭୂମିକମ୍ପ ପରେ ସୁନାମୀର ଚେତାବନୀ ଜାରୀ କରିଛି। ପ୍ରଶାସନ ତରଫରୁ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବାପାଇଁ କୁହାଯାଇଛି।

ଆମେରୀକାର ଭୂବୈଜ୍ଞାନିକ ସର୍ଭେକ୍ଷଣ ସଂସ୍ଥା କହିଛି କି, ଭୂମିକମ୍ପର ତୀବ୍ରତା ୬.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ର ଜାଭା ଦ୍ଵୀପର ବୈଂଟେନ ପ୍ରାନ୍ତର ତେଲୁକ ବେତୁଙ୍ଗ ସହରରୁ ପ୍ରାୟତଃ ୨୨୭ କିମିରେ ଏବଂ ଏହା ୪୨.୮ କିମୀ (୨୬.୫ ମାଇଲ) ର ଗଭୀରରେ ଉତ୍ପନ୍ନ ହୋଇଥିଲା। ଭୂମିକମ୍ପରେ କୌଣସି ପ୍ରକାରର କ୍ଷତି କିମ୍ବା କୌଣସି ହତାହତ ହେବାର କୌଣସି ଖବର ନାହିଁ। ଅବଶ୍ୟ ଭୂମିକମ୍ପର ଝଟକା ବହୁତ ତେଜ ଥିଲା। ଯାହା ଜାକର୍ତ୍ତାରେ ମଧ୍ୟ ଅନୁଭବ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.