Home Top News ଧର୍ମୀୟ ଭାବନାକୁ ଆଘାତ୍ ପହଞ୍ଚାଇବା ଅଭିଯୋଗରେ ଗିରଫ୍ ..

ଧର୍ମୀୟ ଭାବନାକୁ ଆଘାତ୍ ପହଞ୍ଚାଇବା ଅଭିଯୋଗରେ ଗିରଫ୍ ..

73

ଭୁବନେଶ୍ୱର: ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ୍ ପହଞ୍ଚାଇବା ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ କରିଥିବା କିଛି ପୋଷ୍ଟ୍ ପାଇଁ ରବୀନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ରବୀନ୍ଦ୍ରଙ୍କୁ ପୋଲିସ୍ ଗିରଫ୍ କରିଛି। ବିଜେପି ନେତ୍ରୀ ହରପ୍ରିୟା ସାହୁଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ୍ କରାଯାଇଛି। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲାର ରବୀନ୍ଦ୍ର ମହାନ୍ତି ହିନ୍ଦୁ ଦେବାଦେବୀଙ୍କୁ ଆକ୍ଷେପ କରି ତଥା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ୍ ପହଞ୍ଚାଇଲା ପରି ନିଜ ଫେସବୁକ୍ ଆକାଉଣ୍ଟରେ କିଛି ପୋଷ୍ଟ୍ କରିଥିଲେ। ଏହାକୁ ନେଇ ବିଜେପି ନେତ୍ରୀ ହରପ୍ରିୟା ସାହୁ ଗତ ଅଗଷ୍ଟ ୨୫ ତାରିଖରେ ଭଦ୍ରକ ଟାଉନ୍ ଥାନାରେ ଏକ ଅଭିଯୋଗ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏ’ନେଇ ନେଇ ଭଦ୍ରକ ଟାଉନ୍ ଥାନାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୫ (ଏ) ଏବଂ ୬୭ ଆଇଟି ଆକ୍ଟ ଅନୁଯାୟୀ କେସ୍ ନମ୍ବର ୩୩୭/୨୨ ଅନୁଯାୟୀ ଏକ ମାମଲା ଋଜୁ ହୋଇଥିଲା। ଏବେ ପୋଲିସ୍ ରବୀନ୍ଦ୍ରଙ୍କୁ ଗିରଫ୍ କରିଛି। କେହି ବେଧର୍ମୀ ହୋଇପାରନ୍ତି, ନାସ୍ତିକ ହୋଇପାରନ୍ତି। କିନ୍ତୁ କାହାର ଧର୍ମୀୟ ଭାବନା, ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧାକୁ ଆଘାତ୍ ଦେଲା ପରି କଥା କହିବାର ତାଙ୍କର କୌଣସି ଅଧିକାର ନାହିଁ। ହିନ୍ଦୁ ଧର୍ମୀୟ ଭାବନା ଉପରେ ଆଘାତ୍ ଆଦୌ ବରଦାସ୍ତ କରାଯିବନି ବୋଲି ହରପ୍ରିୟା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.