Home Top News ଅପରାଜିତାଙ୍କୁ ଟାର୍ଗେଟ୍: ମୋହରା ମହିଳା ମୋର୍ଚ୍ଚା! ପ୍ରଚ୍ଛଦ ପଟରେ କିଏ?

ଅପରାଜିତାଙ୍କୁ ଟାର୍ଗେଟ୍: ମୋହରା ମହିଳା ମୋର୍ଚ୍ଚା! ପ୍ରଚ୍ଛଦ ପଟରେ କିଏ?

106

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍। ତେବେ କେଉଁ ବିଜେଡି କି କଂଗ୍ରେସ ଅପରାଜିତାଙ୍କୁ ଟାର୍ଗେଟ୍ କରି ନାହାଁନ୍ତି। ଟାର୍ଗେଟ୍ କରିଛନ୍ତି ନିଜ ଦଳ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସୋସିଆଲ୍ ମିଡିଆର ଜଣେ ସଂଯୋଜିକା। ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ସିଧାସଳଖ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସେ ଲେଖିଛନ୍ତି, “୨୦୨୨ ପୌର ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ। ସବୁବେଳେ ପାର୍ଟି ପୂର୍ଣ୍ଣ ସମର୍ଥନ ଦେଇଛି। ତଥାପି ନିନ୍ଦା ସହୁଛି। ମୋର କେତୋଟି ବ୍ୟକ୍ତିଗତ ପ୍ରଶ୍ନ।

ଆଇଏଏସ୍ ଥିଲେ। ଦଳକୁ ଆଣିଲା କିଏ? ଆପଣ କେବଳ ବିଜେପିକୁ କାହିଁକି ଆସିଲେ? ଆସିଲା ବେଳେ ଦଳକୁ ଏକା ଆସିଥିଲେ ନାଁ ଆଉ କାହାକୁ ସାଙ୍ଗରେ ଧରି ଆସିଥିଲେ? ୨୦୧୯ ନିର୍ବାଚନ ସମୟରେ ଆପଣଙ୍କୁ ବିଜେପି ପାର୍ଟି ସହଯୋଗ କରୁଥିଲା କି ନାହିଁ? ଏମପି ହଉ ହଉ କାହିଁକି ଅଜିତା, ୟୁଥ ଫର୍ ଆକ୍ସନ ଗଢ଼ିଲେ? ଆପଣ କ’ଣ ଆମକୁ ଆଉ ଆମ ପାର୍ଟିକୁ ଭଲ ପାଉନାହାଁନ୍ତି / ପରିବାର ବୋଲି ଭାବୁନାହାନ୍ତି? ବିଜେପି ଲୋକଙ୍କୁ ବିଜେପି ବିରୋଧୀ କରେଇ, ଅଜିତା, ୟୁଥ ଫର୍ ଆକ୍ସନରେ କାହିଁକି ସାମିଲ କରେଇଲେ? ଆପଣ କେତେଥର ରାଜ୍ୟ ଅଫିସକୁ ଯାଇ, ରାଜ୍ୟର ସମସ୍ତ ମୋର୍ଚ୍ଚାର ପଦାଧିକାରୀଙ୍କୁ ଭେଟିଲେଣି / ବୈଠକ ଡକେଇଲେଣି? ଆପଣଙ୍କୁ ସବୁତକ ଗୁଡ୍ ଲକ୍/ ପ୍ରଫିଟ୍ ତୁରନ୍ତ କାହିଁକି ଦରକାର? ଆପଣ ଯଦି ବାସ୍ତବରେ ରାଜ୍ୟ ମୁଖିଆ (ବିଜେପିର) ହେବାକୁ ଚାହୁଁଛନ୍ତି, ତେବେ ପାର୍ଟିର ଡେଭଲପମେଣ୍ଟ ପାଇଁ, ପାର୍ଟିର ଖର୍ଚ୍ଚ ବହନ ପାଇଁ କି କି ପଦକ୍ଷେପ ନେଇଛନ୍ତି? ପାର୍ଟିକୁ ପରିବାର ଭଳି ଚଳେଇବା ପାଇଁ କି କି ଚିନ୍ତା/ଚେଷ୍ଟା କରିଛନ୍ତି?” ଫ୍ରି ଆଡଭାଇସ୍ ସମସ୍ତଙ୍କ ପାଇଁ। ପାର୍ଟିକୁ ଭଲପାଅ ମଣିଷକୁ ନୁହେଁ। ଷ୍ଟପ ଗ୍ରୁପିଯଜିମ। ଲଙ୍ଗ୍ ଲିଭ୍ ବିଜେପି”।

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ନିଜ ଦଳର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଏପରି ସିଧାସଳଖ ଟାର୍ଗେଟ୍ କରିବା ଆଶ୍ଚର୍ଯ୍ୟ କରିଛି। ଯାହା କି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି। ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ନିଜେ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ସିଆଡ଼ୁ ଲିଖିତ (ନିର୍ଦ୍ଦେଶ) ପୋଷ୍ଟ୍ ଆସିଛି, ଏବଂ ଇଏ କେବଳ ମୋହରା ସାଜିଛନ୍ତି ତାହା ସନ୍ଦେହ ରହିଛି। ତାଙ୍କର ଏପରି ପୋଷ୍ଟ୍ ପଛରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କ ସ୍ୱୀକୃତି ରହିଛି, ନାଁ ମନ୍ତ୍ରୀଙ୍କ ପାଖ ଲୋକ ବୋଲାଉଥିବା ଏବଂ ଅହରହ ପାର୍ଟି ଅଫିସରେ ବସି ରହୁଥିବା ଜଣେ ପ୍ରବକ୍ତାଙ୍କ ପ୍ରରୋଚନାରେ ସେ ଏପରି ପୋଷ୍ଟ୍ କରିଛନ୍ତି, ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.