Home ଓଡ଼ିଶା ନାବାଳିକା ଶିଶୁ କନ୍ୟା ହରପ୍ରିୟା ନିଖୋଜ ଘଟଣା ଓଡ୍ରାଫ୍ ଟିମ୍ ଓ...

ନାବାଳିକା ଶିଶୁ କନ୍ୟା ହରପ୍ରିୟା ନିଖୋଜ ଘଟଣା ଓଡ୍ରାଫ୍ ଟିମ୍ ଓ ସନ୍ଧାନୀ କୁକୁର ର ସହାୟତା

30

ନୟାଗଡ/୧୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ଗ୍ରାମର ନାବାଳିକା ଶିଶୁ କନ୍ୟା ହରପ୍ରିୟା ସାହୁ (୩) ନିଖୋଜ ଘଟଣା ର ୫୦ଘଣ୍ଟା ପରେ ବି ମିଳୁନି ସନ୍ଧାନ । ନୟାଗଡ ଆରକ୍ଷୀ ଅଧ୍ୟକ୍ଷକ ପ୍ରତ୍ୟୁଷ ଦିୱାକର, ଶରଣକୁଳ ଏସ ଡି ପି ଓ ଏସ୍ ଟପୋ ଓ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ଶରୀର ଅସୁସ୍ଥ ଥିଲେ ମଧ୍ୟ ବଧିପାଟଣା ଗ୍ରାମରେ ରହି ନିଖୋଜ ହରପ୍ରିୟା ର ଖୋଜ ଖବର କୁ ବ୍ୟାପକ କରିଛନ୍ତି । ସନ୍ଧାନୀ କୁକୁର ର ସହାୟତା ନେବା ପରେ କୁକୁରଟି ଗାଁ ମୁଣ୍ଡ ଜଳଧର ପୋଖରୀ ନିକଟକୁ ଯାଇ ଅଟକି ଯାଇଥିଲା । ତେଣୁ ରବିବାର ସକାଳୁ ପୁଣିଥରେ ରଣପୁର ଦମ୍‌କଳ ବାହିନୀ ସହାୟତାରେ ପୋଖରୀ ଖୋଜା ଯାଇଥିଲା ।

ଦୀର୍ଘ ସମୟ ଖୋଜିବା ପରେ ଦମ୍‌କଳ ବାହିନୀ କୈଣସି ସନ୍ଧାନ ନପାଇ ନିରାଶ ହୋଇ ଫେରିଥିଲା । ଖବର ଲେଖାହେଲା ବେଳକୁ ରାଜ୍ୟ ଓଡ୍ରାଫ୍ ଟିମ୍ ବଧିପାଟଣା ଗ୍ରାମରେ ନିଖୋଜ ହରପ୍ରିୟା କୁ ଖୋଜା ଖୋଜି କରିବା ପାଇଁ ପ୍ରୟାଶ ଜାରି ରଖିଥିବା ଜଣାପଡିଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଓ ରଣପୁର ପୁର୍ବତନ ବିଧାୟିକା ତଥା ପୁର୍ବତନ ସମବାୟ ରାଷ୍ଟ୍ର ମନ୍ତ୍ରୀ ସୁରମା ପାଢୀ ହରପ୍ରିୟା ନିଖୋଜ ଘଟଣା କୁ ଗୁରୁତର ସହ ବିଚାର କରୁଥିବା ଜଣାପଡିଛି । ହରପ୍ରିୟାର କୈଣସି ସନ୍ଧାନ ନମିଳିବାରୁ ପୋଲିସ ପ୍ରଶାସନ ମଧ୍ୟ ବିବ୍ରତ ହୋଇପଡିଛି । କେହି ଅପହରଣ କରି ନେଇଥିବା ସନ୍ଦେହ ଦୃଢିଭୁତ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.