Home Coronavirus Outbreak ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି

ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି

487

ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଛି।

ରାଜ୍ୟରେ ଆଜି ସକାଳେ ୧୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮୭ ହୋଇଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୬୩ ଜଣ। ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୮୩ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ଥିବା ବେଳେ ୦୫ ସୁସ୍ଥ ହୋଇଛନ୍ତି ୨୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୦୬ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡ଼ାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ଚିକିତ୍ସିତ ହେଉଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୭ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ତେବେ ମୋଟ ୨୮୭ ଜଣ ଆକ୍ରାନ୍ତ ଥିବା ବେଳେ ୬୩ ସୁସ୍ଥ ହୋଇଛନ୍ତି ୨୨୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.