ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) ନିର୍ବାଚନ ଆୟୋଗ ଝାରଖଣ୍ଡରେ ବିଧାନସଭା ନିର୍ବାଚନର କାର୍ଯ୍ୟକ୍ରମ ବିଷୟରେ ଶୁକ୍ରବାରଦିନ ସଂଧ୍ୟାରେ ଘୋଷଣା କରିବ। ଆୟୋଗର ଏକ ଔପଚାରିକ ବୟାନରେ ଏହାର ସୂଚନା ଦିଆଯାଇଛି। ଝାରଖଣ୍ଡରେ ୮୧ ସଦସ୍ୟ ବିଶିଷ୍ଠ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ପାଞ୍ଚ ଜାନୁଆରିରେ ସମାପ୍ତ ହେଉଛି।
ଆଶା କରାଯାଉଥିଲା କି ଆୟୋଗ ଝାରଖଣ୍ଡ ସହିତ ଦିଲ୍ଲୀର ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷିତ କରିବ। କିନ୍ତୁ ଆୟୋଗ କେବଳ ଝାରଖଣ୍ଡର ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବାର ସୂଚନା ଦେଇଛି। ସୂଚନାଯୋଗ୍ୟଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ୨୨ ଫେବ୍ରୁଆରୀରେ ସମ୍ପୂର୍ଣ୍ଣ ହେବ।
ସୂଚନାଯୋଗ୍ୟଯେ, ବର୍ତ୍ତମାନ ଝାରଖଣ୍ଡରେ ବିଜେପିର ସରକାର ଅଛି। ୨୦୧୪ ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟରେ ସବୁଠାରୁ ବଡ଼ ପାର୍ଟିଭାବେ ନିର୍ବାଚିତ ହୋଇଥିଲା।