Home ଓଡ଼ିଶା AN-32 ବିମାନରେ ଯାତ୍ରା କରୁଥିବା ୧୩ ଯବାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର ମିଳି...

AN-32 ବିମାନରେ ଯାତ୍ରା କରୁଥିବା ୧୩ ଯବାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର ମିଳି ଥିବା ବେଳେ ୭ ଜଣଙ୍କର ଅବଶେଷ ମିଳିଥିବା ସୂଚନା

3195

ନୂଆଦିଲ୍ଲୀ ୨୦ ଜୁନ୍ (ଓଡ଼ିଆ ପୁଅ) : ଭାରତୀୟ ବାୟୁସେନାର AN-32 ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଯବାନମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର ମିଳି ଥିବା ବେଳେ ୭ ଜଣଙ୍କର ଅବଶେଷ ମିଳିଛି।
ସୂଚନାଯୋଗ୍ୟଯେ, ବାୟୁସେନାର ୩ ଜୁନରୁ ନିଖୋଜ ବିମାନ AN-32ର ୧୩ ଯବାନମାନଙ୍କର ମୃତ୍ୟୁର ପୁଷ୍ଟି କରିଥିଲା।

ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ୍‌ ଜିଲ୍ଲାରେ ଜୁନ୍‌ ୩ ତାରିଖରେ ଏଏନ୍‌-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା କର୍ମଚାରୀଙ୍କର ପାର୍ଥିବ ଅବଶେଷ ଉଦ୍ଧାର କରି ହେଉ ନାହିଁ ବୋଲି ଏକ ବିବୃତିରେ ଆଇଏଏଫ୍‌ କହିଥିଲା। ଶନିବାର ପ୍ରତ୍ୟୁଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ସ୍ଥଳସେନା ଓ ନୌସେନା ଦ୍ୱାରା ଦୀର୍ଘ ୮ ଦିନର ସର୍ଚ୍ଚ ଅପରେସନ ପରେ ଏଏନ୍‌-୩୨ ବିମାନର ଭଗ୍ନାବଶେଷ ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରୁ ମିଳିଥିଲା। ମାତ୍ର ସେଦିନ ଯବାନ ମାନଙ୍କ ମୃତଦେହ ବିମାନ କିମ୍ବା ବିମାନ ନିକଟରେ ଦେଖିବାକୁ ମିଳି ନଥିଲା।

ଭାରତୀୟ ବାୟୁସେନାର ବିମାନ ଚଳିତ ମାସ ୩ ତାରିଖରେ ଆସାମର ଜୋରହାଟ ଠାରୁ ଅପରାହ୍ଣରେ ଉଡାଣ ଆରମ୍ଭ କରିଥିଲା। ଏହି ବିମାନ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ିଥିବା ବେଳେ, ଗନ୍ତବ୍ୟସ୍ଥଳରେ ଠିକ ସମୟରେ ନ ପହଂଚିବାରୁ ବାୟୁସେନା ନିଖୋଜ ନେଇ ସନ୍ଦେହ ପ୍ରକଟ କରିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା।

ଏଏନ ୩୨ ବିମାନ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ଜିଏମ ଚାର୍ଲ୍ସା, ସ୍ୱାଡ୍ରନ ଲିଡର ଏଚ ବିନୋଦ, ଫ୍ଲାଇଟ ଲେଫ୍ଟନେଣ୍ଟ ଏ ତମ୍ବର, ଫ୍ଲାଇଟ ଲେଫ୍ଟନେଣ୍ଟ ଏସ ମହାନ୍ତି, ଫ୍ଲାଇଟ ଲେଫ୍ଟନେଣ୍ଟ ଏମକେ ଗର୍ଗ, ୱାରେଣ୍ଟ ଅଫିସ୍ ର କେକେ ମିଶ୍ର, ସାର୍ଜେଣ୍ଟ ଅନୂପ କୁମାର, କରପୋରଲ ଶେରୀନ, ଲୀଡ ଏୟାରକ୍ରାଫ୍ଟ ମ୍ୟାନ ଏସକେ ସିଂହ, ଲୀଡ ଏୟାରକ୍ରାଫ୍ଟ ମ୍ୟାନ ପଂକଜ, ନନ କାମ୍ବେଟେଣ୍ଟ କର୍ମଚାରୀ ପୁତଲୀ ଏବଂ ନନ କାମ୍ବଟଟେଣ୍ଟ କର୍ମଚାରୀ ରାଜେଶ କୁମାରଙ୍କର ନିଧନ ହୋଇଛି ବୋଲି ବାୟୁସେନା ଟ୍ୱିଟ କରି ପୂର୍ବରୁ ସୂଚନା ଦେଇଥିଲା।

ସୂଚନାଯୋଗ୍ୟଯେ, ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ୩ ଜୁନ ଦ୍ୱିପ୍ରହର ପ୍ରାୟତଃ ୧୨:୨୫ ବେଳେ ଆସାମର ଜୋରହାଟରୁ ଉଡ଼ାଣ ଭରି ଥିଲା ଏବଂ ପ୍ରାୟତଃ ୩୫ ମିନଟ ପରେ ଗୋଟାଏ ବେଳେ ବିମାନଙ୍କର ଗ୍ରାଉଣ୍ଡ ଷ୍ଟାଫଙ୍କ ସମସ୍ତ ପ୍ରକାର ସମ୍ପର୍କ ତୁଟି ଯାଇଥିଲା। ବିମାନ ଚୀନର ସୀମା ଅରୁଣାଞ୍ଚଳ ପ୍ରଦେଶର ମେଚୁକାରେ ଆଡଭାନ୍ସ ଲ୍ୟାଣ୍ଡିଙ୍ଗ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଉଥିଲା। ବିମାନରେ ଚାଳକ ଦଳର ୮ ଜଣ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୧୩ଜଣ ଯବାନଙ୍କୁ ନେଇ ବିମାନ ଅରୁଣାଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍ଡ ପାଇଁ ଉଡ଼ାଣ ଭରିଥିଲା। ଉଡ଼ାନ ଭରିବା ପରେ ବିମାନଙ୍କର ଗ୍ରାଉଣ୍ଡ ଷ୍ଟାଫଙ୍କ ସମସ୍ତ ପ୍ରକାର ସମ୍ପର୍କ ତୁଟି ଯାଇଥିଲା।

ଏଆରଫୋର୍ସ ନିଖୋଜ ବିମାନକୁ ଖୋଜିବା ପାଇଁ ସୁଖୋଇ-୩୦ ଯୁଦ୍ଧ ବିମାନ ଏବଂ ସି ସି-୧୩୦ ସ୍ପେସାଲ ଅପରେସନ ଏୟାରକ୍ରାଫ୍ଟକୁ ଖୋଜିବା ଅଭିଯାନରେ ଲଗାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.