Home ଓଡ଼ିଶା ୨୬ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ

୨୬ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ

3624

ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ପାଗ ବଦଳୁଛି। ନିଷ୍ପତ୍ତି ବଦଳୁଛି। ଜୁନ୍ ୨୬ରେ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଛନ୍ତି ସରକାର। ଏ ବିଷୟରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଗତ କାଲି ଅର୍ଥାତ ୧୯ ଜୁନରେ ରାଜ୍ୟରେ ସମସ୍ତ ସ୍କୁଲ ଗୁଡିକ ଖୋଲିବାକୁ ଦେଇଥିବା ନିର୍ଦ୍ଦେଶକୁ ପରେ ପରିବର୍ତ୍ତନ କରାଯାଇ ଆଉ ଏକ ସପ୍ତାହ ବଢାଇ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ରାଜ୍ୟ ସରକାର ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟି ଜୁନ ୨୫ ତାରିଖ ଯାଏଁ ବଢ଼ାଇଛନ୍ତି ବୋଲି ବିଭାଗୀୟ ସଚିବ ଘୋଷଣା କରିଥିଲେ। କିନ୍ତୁ ପାଗ ବଦଳିବା କ୍ଷଣି ନିଷ୍ପତ୍ତି ବଦଳିଛି। ଜୁନ୍ ୨୬ରେ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.