Home ଓଡ଼ିଶା ଆଜି ଅମିତ ଶାହାଙ୍କ ଓଡ଼ିଶା ଜନ ସମ୍ବାଦ ରାଲି

ଆଜି ଅମିତ ଶାହାଙ୍କ ଓଡ଼ିଶା ଜନ ସମ୍ବାଦ ରାଲି

152

ଭୁବନେଶ୍ୱର: ଆଜି ଜୁନ୍ ୮ ତାରିଖ ଅପରାହ୍ନ ୪ଟା ସମୟରେ ଭର୍ଚୁଆଲି ଭିଡିଓ କଁନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ରହିଛି “ଓଡ଼ିଶା ଜନ ସମ୍ବାଦ ରାଲି”। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ ସମ୍ବାଦ ରାଲିକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାର୍ତ୍ତା କିପରି ତୃଣମୃଳ ସ୍ତରରେ ପହଞ୍ଚି ପାରିବ, ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏଥିରେ ୧ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଏହିପରି ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରି ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ଓଡ଼ିଶାରେ ଅମିତ ଶାହାଙ୍କ “ଜନ ସମ୍ବାଦ ରାଲି” ଅପରାହ୍ନ ୪ଟା ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ୟୁଟ୍ୟୁବ, ଫେସବୁକ୍, ଟ୍ୱିଟର, ୱେବ୍- ଏକ୍ସ ଆପ୍ କିମ୍ବା ୯୩୪୫୦୧୪୫୦୧ ନମ୍ବରରେ କଲ୍ କରି ଲାଇଭ୍ ଟକ୍ ମାଧ୍ୟମରେ ଶୁଣି ପାରିବେ। ତେବେ ଅମିତ ଶାହାଙ୍କ “ଜନ ସମ୍ବାଦ ରାଲି” ଅପରାହ୍ନ ୪ଟା ସମୟରେ ଆରମ୍ଭ ହେବ ବୋଲି କେନ୍ଦ୍ର ବିଜେପି ପକ୍ଷରୁ କୁହାଯାଇଥିବା ବେଳେ, ଓଡ଼ିଶା ବିଜେପି ପକ୍ଷରୁ ଅପରାହ୍ନ ୩:୩୦ ସମୟ ଦିଆଯାଇଛି। ସମ୍ଭବତଃ ଅମିତ ଶାହାଙ୍କ ଭାଷଣ ପୂର୍ବରୁ ଏହି ୩୦ ମିନିଟ୍ ଭିତରେ ରାଜ୍ୟ ବିଜେପିର କିଛି ନେତା ଭାଷଣ ଦେବା ଯୋଜନାରେ ଅଛନ୍ତି।

ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡିଶା ଏବଂ ଓଡିଆ ଭାଇଭଉଣୀ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ବିଗତ ୧ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ। କରୋନା ମହାମାରିରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡିଶା ପାଇଁ ଅନେକ ସୁଯୋଗ ଅଛି ବୋଲି ଓଡ଼ିଶା ବିଜେପି ପକ୍ଷରୁ କୁହାଯାଇଛି। /ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.