Odiapua.com

ଏଥର ଟାର୍ଗେଟରେ ନକ୍ସଲ! ମାଓ ଦମନ ନେଇ ଆଜି ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ମାଓବାଦ ଦମନ ଉପରେ ହେବାକୁ ଯାଉଛି ବୈଠକ।ବୈଠକରେ ଅମିତ ଶାହାଙ୍କ ସମେତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ, ଗୃହ ମନ୍ତ୍ରଳାୟ, ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ମାଓବାଦ ପ୍ରଭାବିତ ଓଡ଼ିଶା ସମେତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି ଏବଂ ରାଜ୍ୟର ପୋଲିସ ମୁଖିଆ ଯୋଗଦେବେ।୧୦ଟି ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡ଼ିକ ହେଲା, ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲଙ୍ଗାନା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବୈଠକରେ ଯୋଗେଦେବେ।ମାଓବାଦ ଦମନ ସମେତ ମାଓ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା ହେବ।

ରିପୋର୍ଟ ଅନୁଯାୟୀ, ୨୦୦୯ ରୁ ୨୦୧୩ ମଧ୍ୟରେ ସମୁଦାୟ ୮୭୮୨ଟି ମାଓବାଦୀ ଘଟଣା ଘଟିଥିଲା।ଯେତେବେଳେ କି ୨୦୧୪ ରୁ ୨୦୧୮ ମଧ୍ୟରେ ୪୯୬୯ଟି ଘଟଣା ଘଟିଥିଲା।ଯାହା କି ତୁଳନାତ୍ମକ ଭାବରେ ୪୩.୪ % ହ୍ରାସ ଘଟିଥିଲା।ସେହିପରି ୨୦୦୯ ରୁ ୨୦୧୩ ମଧ୍ୟରେ ମାଓ ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ସମେତ ୩୩୨୬ ଲୋକଙ୍କର ଜୀବନହାନୀ ଘଟିଥିଲା।ଯେତେବେଳେ କି ୨୦୧୪ ରୁ ୨୦୧୮ ମଧ୍ୟରେ ୧୩୨୧ ମୃତ୍ୟୁ ଘଟିଥିଲା।ଯାହା ତୁଳନାତ୍ମକ ଭାବରେ ୬୦.୪ % ହ୍ରାସ ପାଇଥିଲା।ରିପୋର୍ଟ ଅନୁଯାୟୀ ୨୦୦୯ ରୁ ୨୦୧୮ ମଧ୍ୟରେ ୧୪୦୦ ନକ୍ସଲଙ୍କୁ ନିପାତ କରାଯାଇଛି।ଏବଂ ଚଳିତ ବର୍ଷ ପ୍ରଥମ ୫ ମାସ ମଧ୍ୟରେ ୩୧୦ଟି ନକ୍ସଲ ହିଂସା ଘଟଣା ଘଟିଛି।ଯେଉଁଥିରେ ୮୮ଟି ଜୀବନ ଯାଇଛି।

ସାବଧାନ୍: ପାର୍ସଲରେ ସାପ !

ତେବେ, ମାଓ ସମସ୍ୟା ନେଇ ଏପରି ଧରଣର ଗୃହମନ୍ତ୍ରୀ ଦାୟିତ୍ୱ ନେବା ପରେ ଅମିତ ଶାହାଙ୍କର ପ୍ରଥମ ବୈଠକ।ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଲା।ଏହାପରେ ଦେଶରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଗୋଟି ଗୋଟି କରି ଚିହ୍ନଟ କରି ଦେଶରୁ ବାହାର କରାଯିବା ନେଇ କଡ଼ା ସନ୍ଦେଶ ଦେଇ ସାରିଛନ୍ତି ଶାହା।ଏବେ ବୋଧେ ନକ୍ସଲଙ୍କ ପାଳି।ମାଓବାଦ ବା ନକ୍ସଲବାଦ କାରଣରୁ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ହେଉଛି।ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି।ଅମିତ ଶାହା ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି।ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଏନଏସଏ ଅଜିତ ଡୋଭାଲ ମଧ୍ୟ ସାଙ୍ଗରେ ଅଛନ୍ତି।ମୋଦୀ ସରକାର (୨.୦)ଙ୍କର ପୂର୍ବ ଅଭିମୁଖ୍ୟ ଗୁଡ଼ିକୁ ଦେଖି ମାଓବାଦ ଦମନ କ୍ଷେତ୍ରରେ ମଧ୍ୟ ଏକ କଡ଼ା ତଥା ଚରମ ପଦକ୍ଷେପର ଆଶା କରାଯାଉଛି।//ଦେବଦତ୍ତ ରଥ

ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!