Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ନିମନ୍ତେ ସହାୟତା ରାଶି ପ୍ରଦାନ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ନିମନ୍ତେ ସହାୟତା ରାଶି ପ୍ରଦାନ

106

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ୱିଙ୍ଗ୍ ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଜାଗୁଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୟଦୁର୍ଗାପାଟଣା ଗ୍ରାମର ସ୍ୱର୍ଗତ ଶ୍ରଦ୍ଧାଞ୍ଜଳି ଗିରିଙ୍କ ଦୁଇ କନ୍ୟାଙ୍କୁ ଶିକ୍ଷା ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତାକୁ ସ୍ୱୀକାର କରି ସ୍ୱର୍ଗତ ଶ୍ରଦ୍ଧାଞ୍ଜଳି ଗିରିଙ୍କ ସ୍ୱାମୀ ମାନସ କୁମାର ଗିରି କହିଛନ୍ତି କି ଆଦାନୀ ଧାମରା ପୋର୍ଟ କଠିନ ସମୟରେ ସବୁବେଳେ ଲୋକଙ୍କ ସହ ଛିଡା ହୋଇଛି । ଏହି ସହାୟତା ମୋ ପିଲାଙ୍କୁ ନିରବଚ୍ଛିନ ଶିକ୍ଷା ଦେବାରେ ସାହାଯ୍ୟ କରିବ । ଅଭିଲିପ୍ସା ବର୍ତ୍ତମାନ କୋଇଥଖୋଲା ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢୁଛନ୍ତି । ଶ୍ରୀମତୀ ଗିରି ଆଦାନୀ ଫାଉଣ୍ଡେସନର ଫର୍ଚ୍ୟୁନ ସୁପୋଷଣ ପ୍ରକଳ୍ପରେ ସଙ୍ଗିନୀ ଭାବେ କାର୍ଯ୍ୟରତ ଥିଲେ । ପର୍ଚ୍ୟୁନ ସୁପୋଷଣ ପ୍ରକଳ୍ପରେ ତାଙ୍କର ଉତ୍ସର୍ଗୀକୃତ ଅବଦାନର ସ୍ୱୀକୃତି ଭାବେ ଫାଉଣ୍ଡେସନ୍ ପକ୍ଷରୁ ତାଙ୍କର ଦୁଇ କନ୍ୟା ଅଭିଲିପ୍ସା ପ୍ରିୟଦର୍ଶିନୀ (୫ବର୍ଷ) ଓ ସୋନାକ୍ଷୀ (ଦେଢ ବର୍ଷ)ଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ ନିମନ୍ତେ ଏହି ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଆଦାନୀ ଧାମରା ପୋର୍ଟ ଏହାର ସିଏସ୍‌ଆର ୱିଙ୍ଗ୍ ଆଦାନୀ ଫାଉଣ୍ଡେସନ୍ ମାଧ୍ୟମରେ ଏହାର ପାରିପାଶ୍ୱର୍ିକ ତଥା ରେଳ କରିଡରରେ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ସିଏସ୍‌ଆର୍ ପଦକ୍ଷେପ ଗ୍ରହଣ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାୟୀ ଜୀବିକା ଏବଂ ସମ୍ପ୍ରଦାୟର ଭିତ୍ତିଭୂମି ବିକାଶ ହେଉଛି ମୁଖ୍ୟ କ୍ଷେତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.