Home Coronavirus Outbreak କୋଭିଡ-୧୯ ଲକଡାଉନ ଅବଧି ବୃଦ୍ଧି – ସମସ୍ତ ପାସେଞ୍ଜର ଟ୍ରେନ ସେବା ମେ’ ୩ ଯାଏଁ...

କୋଭିଡ-୧୯ ଲକଡାଉନ ଅବଧି ବୃଦ୍ଧି – ସମସ୍ତ ପାସେଞ୍ଜର ଟ୍ରେନ ସେବା ମେ’ ୩ ଯାଏଁ ବାତିଲ

1066

– ପ୍ରିମିୟମ ଟ୍ରେନ, ମେଲ/ ଏକ୍ସପ୍ରେସ, ସବଅର୍ବାନ, କୋଲକତା ମେଟ୍ରୋ ଓ କୋଙ୍କଣ ରେଳବାଇ ସେବା ମଧ୍ୟ ବନ୍ଦ ରହିବ
– ଅନ୍ୟାଦେଶ ପର୍ଯ୍ୟନ୍ତ ସବୁ ଟିକେଟ କାଉଣ୍ଟର ବନ୍ଦ ରହିବ

ନୂଆ ଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ (କୋଭିଡ-୧୯)କୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଆସନ୍ତା ମେ ତିନି ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହାଫଳରେ ତିନି ସପ୍ତାହ ଧରି ଲାଗୁ ହୋଇଥିବା ଏହି ତାଲାବନ୍ଦ ବ୍ୟବସ୍ଥା ଆଉ ୨୦ ଦିନ ବଢିଛି। ସରକାରଙ୍କର ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ ସେବାକୁ ମେ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି। ଏଥିରେ ପ୍ରିମିୟମ ଟ୍ରେନ, ମେଲ/ ଏକ୍ସପ୍ରେସ, ସବଅର୍ବାନ, କୋଲକତା ମେଟ୍ରୋ ଓ କୋଙ୍କଣ ରେଳବାଇ ସେବା ଅନ୍ତର୍ଭୁକ୍ତ।

ସବୁ ଟିକେଟ କାଉଣ୍ଟର ଏବଂ ୟୁଟିଏସ ଓ ପିଆରଏସକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରେଳ ଯାତ୍ରା ପାଇଁ ଅଗ୍ରୀମ ଟିକେଟ କିମ୍ବା ଇ-ଟିକେଟ ହୋଇପାରିବ ନାହିଁ। ତେବେ ଯେଉଁମାନେ ଚାହିଁବେ ସେମାନେ ଏହି ସମୟରେ ଅନଲାଇନ ଟିକେଟ ବାତିଲ କରିପାରିବେ। ଏଥିପାଇଁ ସୁବିଧା ଉପଲବ୍ଧ ରହିବ।

ଯାତ୍ରା ପାଇଁ ପୂର୍ବରୁ ହୋଇଥିବା ସଂରକ୍ଷିତ ଟିକେଟକୁ ବାତିଲ କଲେ ସମସ୍ତ ଖର୍ଚ୍ଚ ଫେରସ୍ତ ମିଳିବ। ଆହୁରି ମଧ୍ୟ ଏ ପର୍ଯ୍ୟନ୍ତ ବାତିଲ ଘୋଷିତ ହୋଇନଥିବା କୌଣସି ଟ୍ରେନ ପାଇଁ ଯଦି କେହି ଅଗ୍ରୀମ ଟିକେଟ ବୁକିଂ କରିଥାନ୍ତି ସେମାନେ ଚାହିଁଲେ ତାହାକୁ ବାତିଲ କରିପାରିବେ ଏବଂ ସେଥିପାଇଁ ସଂପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ।

ଏବେ ଯେଉଁ ୨୦ ଦିନ ପାଇଁ ରେଳଯାତ୍ରୀ ସେବା ବାତିଲ ହେଲା ଏହି ସମୟ ମଧ୍ୟରେ ଯାତ୍ରା ପାଇଁ ଯେଉଁମାନେ ଅଗ୍ରୀମ ଟିକେଟ କରିଥିଲେ ସେମାନଙ୍କୁ ଅନଲାଇନ ବ୍ୟବସ୍ଥାରେ ରେଳବାଇ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଅର୍ଥ ଫେରାଇ ଦେବ। ଯେଉଁମାନେ କାଉଣ୍ଟରରୁ ଅଗ୍ରୀମ ଟିକେଟ କିଣିଛନ୍ତି ସେମାନେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭଡା ବାବଦ ଅର୍ଥ ଫେରିପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.