Home ଓଡ଼ିଶା ଶୀତକାଳୀନ ଅଧିବେଶନ ପୂର୍ବରୁ ୧୮ ରେ ସର୍ବଦଳୀୟ ବୈଠକ

ଶୀତକାଳୀନ ଅଧିବେଶନ ପୂର୍ବରୁ ୧୮ ରେ ସର୍ବଦଳୀୟ ବୈଠକ

41

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେଣୁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସକାଳ ୧୧ ଟାରେ ବସିବ ବୈଠକ। ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ବୈଠକରେ ଆଲୋଚନା ହେବ। ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ। ଯେଉଁଭଳି ଭାବରେ ଗତ ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଠିକ୍ ସେହିଭଳି ଶୀତ ଅଧିବେଶନ ବସିବ। ଶୀତ ଅଧିବେଶନ ପୂର୍ବରୁ ପୂର୍ବପରି ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ ହେବ। ସେହିପରି ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.