Home ଓଡ଼ିଶା ଏୟାରଟେଲ, ଭୋଡାଫୋନ୍-ଆଇଡିଆର ପ୍ରିପେଡ୍, ପୋଷ୍ଟପେଡ୍ ପ୍ଲାନ ଆସନ୍ତା ମାସରୁ ଅଧିକ ହୋଇପାରେ

ଏୟାରଟେଲ, ଭୋଡାଫୋନ୍-ଆଇଡିଆର ପ୍ରିପେଡ୍, ପୋଷ୍ଟପେଡ୍ ପ୍ଲାନ ଆସନ୍ତା ମାସରୁ ଅଧିକ ହୋଇପାରେ

290

ନୂଆ ଦିଲ୍ଲୀ ଅଗଷ୍ଟ ୧୬ (ଓଡ଼ିଆ ପୁଅ) ଏୟାରଟେଲ, ଭୋଡାଫୋନ୍-ଆଇଡିଆର ପ୍ରିପେଡ୍, ପୋଷ୍ଟପେଡ୍ ପ୍ଲାନ ଆସନ୍ତା ମାସରୁ ଅଧିକ ହୋଇପାରେ। ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ସେପ୍ଟେମ୍ବର ସୁଦ୍ଧା ଏକ ନୂତନ ରାଉଣ୍ଡ ଶୁଳ୍କ ବୃଦ୍ଧି ଉପରେ ବିଚାର କରୁଛନ୍ତି ବୋଲି CNBC-TV18ର ଏକ ରିପୋର୍ଟରେ ପ୍ରକାଶନର ସ୍ୱତନ୍ତ୍ର ସୂତ୍ରରୁ ଜଣାପଡ଼ିଛି ବୋଲି ଉଲ୍ଲେଖ କରିଛି।

ରିପୋର୍ଟ ଅନୁଯାୟୀ, ଉଭୟ ଟେଲିକମ୍ ଅପରେଟର ଡାଟା ଏବଂ କଲିଂ ଯୋଜନା ମୂଲ୍ୟରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ଏବଂ ସେପ୍ଟେମ୍ବର କିମ୍ବା ଅକ୍ଟୋବର ୨୦୨୦ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରେ।

କୋର୍ଟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଭାରତ ଟେଲକମ୍ କମ୍ପାନୀ ଗୁଡ଼ିକ ଉପରେ ଭାରତ ସରକାରଙ୍କର AGR ବକେୟା ରାଶି, ଶୁଳ୍କ ବୃଦ୍ଧିର କାରଣ ହୋଇପାରେ।

ଏଜିଆର ଦେୟ ଉପରେ ପ୍ରାରମ୍ଭିକ କୋର୍ଟରେ, ପୂର୍ବରୁ ରାୟ ଆସିବା ପରେ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ମୂଲ୍ୟ ବୃଦ୍ଧି କରିସାରିଛନ୍ତି।

ଟେଲିକମ୍ କମ୍ପାନୀଗୁଡ଼ିକ ଦ୍ୱାରା ଏକ ନୂତନ ଆବେଦନ ଉପରେ, ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ, ଶୁଣାଣି କରି, ଶୁକ୍ରବାର ଦିନ ଅପରାହ୍ନ ୩ଟା ସମୟରେ ରାୟ ଶୁଣାଇବାର ଥିଲା।

କିନ୍ତୁ, ସୁପ୍ରିମକୋର୍ଟ, ଅଗଷ୍ଟ ୧୪ ରେ AGR ଦେୟ ମାମଲାରେ ଶୁଣାଣି କରି ଟେଲିକମ୍ପାନୀଗୁଡ଼ିକୁ ଅସମର୍ଥତା ଅନୁଯାୟୀ ସ୍ପେକ୍ଟ୍ରମ୍ ଅଂଶୀଦାର ଚୁକ୍ତିନାମାଗୁଡିକର ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏନବିସି-ଟିଭି ୧୮ ରିପୋର୍ଟ ଅନୁଯାୟୀ, ଆରକମ୍ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ଥିବା ସ୍ପେକ୍ଟ୍ରମ୍ ସେୟାରିଂ ଚୁକ୍ତିନାମାକୁ ରେକର୍ଡରେ ରଖିବାକୁ କୋର୍ଟ କହିଛନ୍ତି।

ଟେଲିକମ୍ କମ୍ପାନୀଗୁଡିକର AGR ଦେୟ ପରିଶୋଧ ପାଇଁ ସମୟ ସୀମା ଉପରେ ଶୁକ୍ରବାର ଦିନ କୌଣସି ରାୟ ଆସିନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ ତାରିଖ ଅପରାହ୍ନ ୩ ଟା ପାଇଁ ଧାର୍ଯ୍ୟ କରାଯାଇଛି।

ଭୋଡାଫୋନ୍ ଆଇଡିଆକୁ ୫୦, ୩୯୯ କୋଟି ଟଙ୍କା ବାଲାନ୍ସ ଦେବାକୁ ପଡିବ, ଭାରତ ଏୟାରଟେଲର ବକେୟା ରାଶି ହେଉଛି ୨୫, ୯୭୬ କୋଟି ଟଙ୍କା ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜୁଲାଇ ୨୦ ରେ କହିଥିଲେ।

ଅକ୍ଟୋବର ୨୦୧୯ ରେ ଟେଲିକମ୍ ବିଭାଗ (DoT) ଦ୍ୱାରା ପ୍ରସ୍ତୁତ AGR ର ବିସ୍ତାରିତ ସଂଜ୍ଞାକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଥିଲେ।

ଖଣ୍ଡପୀଠ, ଆସନ୍ତା କାଲି ଅପରାହ୍ନ ୩ଟା ସମୟରେ ଏହାର ପୁନଃ ଶୁଣାଣି କରି ରାୟ ଶୁଣାଇ ପାରନ୍ତି। ଉପରୋକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ଟେଲକମ କମ୍ପାନୀ ଗୁଡ଼ିକ ଉପରେ ଚାର୍ଜ ହୋଇଥିବା ମୋଟ ପରିମାଣର ପୁନର୍ବିଚାର କରି, ଟେଲିକମ୍ କମ୍ପାନୀମାନଙ୍କର ପ୍ରସ୍ତାବିତ ପେମେଣ୍ଟ ଟାଇମଲାଇନ ଉପରେ ଆବେଦନ ସପକ୍ଷରେ ରାୟ ଦେବା ସମ୍ଭବ ହୋଇନପାରେ।

ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ, ଦେୟ ପ୍ରଦାନ କରିବାପାଇଁ ୨୦ ବର୍ଷ ସମୟ ଦେବାକୁ ନିବେଦନ କରିଛନ୍ତି। ଏବଂ ସେମାନେ ଦର୍ଶାଇଛନ୍ତି ଯେ, ଟେଲିକମ୍ ବିଭାଗ, ଭାରତ ସରକାରଙ୍କର ପାଖରେ ସିକ୍ୟୁରିଟି ଅଛି ଯାହା ନିଶ୍ଚିତ କରିବ ଯେ ଟେଲକମ୍ କଂପାନୀ ଗୁଡ଼ିକ ଶେଷରେ ଋଣ ପରିଶୋଧ କରିବେ।

୨୦୧୯ ରେ, ଭାରତର ସମସ୍ତ ଟେଲିକମ୍ ଅପରେଟରମାନେ ବିଭିନ୍ନ ପ୍ଲାନର ମୂଲ୍ୟ ୧୦ ରୁ ୪୦ ପ୍ରତିଶତ ବୃଦ୍ଧି କରିଥିଲେ। CNBC-TV18 ର ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜସ୍ୱ ପ୍ରବାହକୁ ବଜାୟ ରଖିବା ପାଇଁ ଶୁଳ୍କ ବୃଦ୍ଧି ଅନିବାର୍ଯ୍ୟ ଏବଂ ଆବଶ୍ୟକ ଅଟେ।

ଅବଶ୍ୟ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭୋଡାଫୋନ୍-ଆଇଡିଆ ମୁଖପାତ୍ର ଏହି ଦାବିକୁ କଳ୍ପନାକାରୀ ଏବଂ ଭିତ୍ତିହୀନ ବୋଲି କହିଥିବାବେଳେ ଭାରତୀ ଏୟାରଟେଲ୍ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ସୂଚନାଯୋଗ୍ୟଯେ, ପ୍ରତିଯୋଗିତାମୂଳକ ବଜାର ମଧ୍ୟରେ, ଭାରତରେ ହାରାହାରି ଡାଟା ବ୍ୟବହାର ମୂଲ୍ୟ ଜିବି ପିଛା ପାଖାପାଖି ୩ ଟଙ୍କା ଅଟେ। ଅପରେଟର୍ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅଧିକାଂଶ ଯୋଜନା, ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍, ଅସୀମିତ କଲିଂ ସହିତ ନ୍ୟାସନାଲ ରୋମିଂ ଅନ୍ତର୍ଭୂକ୍ତ ଥିବା ପ୍ଲାନ ଗୁଡ଼ିକ ପ୍ରାୟତଃ ବହୁତ ଶସ୍ତା ଅଟେ।

ଅନେକ ଟେଲିକମ୍ ଅପରେଟରମାନେ ସେବା ବନ୍ଦ କରିବା ପରେ, ଟେଲିକମ୍ ବଜାରରେ ବର୍ତ୍ତମାନ ସମୟରେ ଏକ ତ୍ରିସ୍ତରୀୟ ଦୌଡ଼ ଚାଲିଛି। ଏବେ ଦେଖିବାକୁ ବାକି ରହିଲା ଯେ, ସୁପ୍ରୀମ କୋର୍ଟରେ ଆସିବାକୁ ଥିବା AGR ରାୟ ଟେଲିକମ୍ପାନୀ ଗୁଡ଼ିକ ଉପରେ କିପରି ପ୍ରଭାବ ପକାଇବ ଏବଂ ପରବର୍ତ୍ତୀ ସମୟରେ ଡାଟା ମୂଲ୍ୟରେ କିପରି ପ୍ରଭାବିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.