Home Top News ବାତ୍ୟା ୟାସ୍ ପାଇଁ ମୟୁରଭଞ୍ଜ ପୋଲିସ୍ ପ୍ରଶାସନ ତରଫରୁ ଆଡଭାଇଜୋରୀ ଜାରୀ

ବାତ୍ୟା ୟାସ୍ ପାଇଁ ମୟୁରଭଞ୍ଜ ପୋଲିସ୍ ପ୍ରଶାସନ ତରଫରୁ ଆଡଭାଇଜୋରୀ ଜାରୀ

84

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ରବିବାରଦିନ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ ପରିଣତ ହେଲା। ଏହା ପରେ, ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କଲା ଏବଂ ଆଜି, ୨୪ ମଇ, ୨୦୨୧ ର ସକାଳ (୦୫୩୦ ଘଣ୍ଟା IST) ରେ ପୂର୍ବ ମଧ୍ୟ ବଙ୍ଗୋପ ସାଗରଉପରେ ତୀବ୍ର ହୋଇ ସାମୁଦ୍ରୀକ ଝଡ଼ “ୟାସ୍ (YAAS)” ରେ ପରିଣତ ହେଲା।

ଏହା ଗତକାଲି ୨୪ ମଇ, ୨୦୨୧ ରେ ସକାଳ ସାଢ଼େଆଠଟା ସମୟରେ ବଙ୍ଗୋପସାଗରର ପୂର୍ବ ମଧ୍ୟ ଉପସାଗରରେ ଅକ୍ଷାଂଶ ୧୬.୪ ° ଉତ୍ତର ଏବଂ ଦ୍ରାଘିମା ୮୯.୬ ° ପୂର୍ବ, ପୋର୍ଟ ବ୍ଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ଠାରୁ ପ୍ରାୟ ୬୨୦ କିଲୋମିଟର ଉତ୍ତର-ଉତ୍ତରପପଶ୍ଚିମ ଏବଂ ପାରାଦୀପ ଠାରୁ ୫୩୦ କିଲୋମିଟର, ବାଲେଶ୍ୱରଠାରୁ ୬୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ଦିଘା (ପଶ୍ଚିମବଙ୍ଗ)ଠାରୁ ୬୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଦିଗରେ ଅବସ୍ଥିତ ଥିଲା କିନ୍ତୁ ଏହା ଏବେ ପ୍ରଥମେ ଘଣ୍ଟାକୁ ୭ କିମି ବେଗରେ ମାଡ଼ି ଆସୁଥିଲା ପରେ ଏହାର ବେଗ ବଢ଼ାଇ ୧୦ କିଲୋମିଟର ବେଗରେ ମାଡ଼ି ଆସୁଛି, ଅତି ଭୟଙ୍କର ବାତ୍ୟା ର ରୂପନେବ। ଏବେ “ୟାସ୍” ପାରାଦୀପ ଠାରୁ ୩୯୦ କିଲୋମିଟର, ବାଲେଶ୍ୱରଠାରୁ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅଛି ବୋଲି ଆସିଥିବା ସ୍ୟାଟେଲାଇଟ୍ ଫଟୋରୁ ପାଣିପାଗ ବିଭାଗ ଆକଳନ କରି କହିଛି।

ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ୟାୟ୍, ପରବର୍ତ୍ତୀ ପ୍ୟାୟ କିଛି ଘଣ୍ଟା ମଧ୍ୟରେ ଏକ ଭୟଙ୍କର ବାତ୍ୟାରେ ଏବଂ ଆସନ୍ତା କାଲି ସକାଳେ ତୀବ୍ର ହେବ ଏବଂ ଅତ୍ୟଧିକ ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ, ବାଲେଶ୍ୱର ପାଖାପାଖି ୨୬ ମଇ ସକାଳ ସୁଦ୍ଧା ପହଞ୍ଚିବ। ୨୬ ମଇ ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ, ବାଲେଶ୍ୱର ପାଖାପାଖି ଉତ୍ତର ଓଡ଼ିଶା ୱେଷ୍ଟ ବେଙ୍ଗଲ ଉପକୂଳ ଦେଇ ଅତି ଭୟଙ୍କର ବାତ୍ୟା ଭାବରେ ଅତିକ୍ରମ କରିବାର ସମ୍ଭାବନା ଅଛି।

୨୫ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୩୦-୧୪୦ ପ୍ରତି ଘଣ୍ଟା ହେବ ଏବଂ ଏହାର ଝଟକା ୧୫୫ କିମି ପ୍ରତି ଘଣ୍ଟାକୁ ବଢ଼ିବ ଏବଂ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ଏବଂ ପବନର ବେଗ ବଢ଼ିବ ୨୫ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ଏହା ବୃଦ୍ଧି ପାଇ ୧୪୫-୧୫୫ ଝଟକା ୧୭୦ କିମି ପ୍ରତିଘଣ୍ଟା ହୋଇ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୬ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ୧୫୫-୧୬୫ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୮୫ କିମି ପ୍ରତି ଘଣ୍ଟାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ପରେ ଏହା ୨୬ ତାରଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୨୦-୧୩୦ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୪୫ କିମି ପ୍ରତି ଘଣ୍ଟାରେ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୭ ତାରିଖ ସକାଳେ ଏହାର ବେଗ କମି ୫୫-୬୫ କିମ୍ ପ୍ରତି ଘଣ୍ଟା ଏବଂ ଝଟକା ୭୫ କିମି ପ୍ରତି ଘଣ୍ଟାରେ ବହିବ।

ବାତ୍ୟାକୁ ନେଇ ମୟୁରଭଞ୍ଜ ପୋଲିସ୍ ପ୍ରଶାସନ ତରଫରୁ ଆଡଭାଇଜୋରୀ ଜାରୀ କରାଯାଇଛି –

– ୨୬ ମଇରେ ସାଇକ୍ଲୋନ୍ ୟାସ୍ ଅବତରଣ କରୁଛି।

– ଆମେ ସାଇକ୍ଲୋନ ରୋକିପାରିବା ନାହିଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଜୀବନ ବଞ୍ଚାଇ ପାରିବା।

– ଦୟାକରି, ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

– ପୋଲିସ ବିଭାଗ ସହଯୋଗ କରନ୍ତୁ।

– ଆମେ ଆପଣଙ୍କର ସୁରକ୍ଷା ପାଇଁ ସେଠାରେ ଅଛୁ।

– ବାତ୍ୟା ସମୟରେ ଗୁରୁତ୍ୱପୂର୍ଣ୍ଣ ନିୟମ

– ଯଦି ଆପଣ କଂକ୍ରିଟ୍ ଛାତ ଘରେ ରହୁଛନ୍ତି, ଘର ଭିତରେ ରୁହନ୍ତୁ।

– ଯଦି ଆପଣ ନନ୍-କଂକ୍ରିଟ୍ ଛାତ ଥିବା ଘରେ ରହୁଛନ୍ତି ତେଵେ, ନିକଟସ୍ଥ ସରକାରୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହୁଅନ୍ତୁ।

– କୌଣସି ପରିସ୍ଥିତିରେ, ବାତ୍ୟା ସମୟରେ ବାହାରକୁ ଯାଆନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.