।।ଆଖି ଆଜି ମୋର ଲୁହର ସାଗର
ମନ ମୋର ମରୁବାଲି,
କାହା ପାଇଁ ଆଜି ଏ’ ସ୍ମୃତିର ପାହାଡ଼ ଉପରେ
ରଚୁଛି ବସି ଅତୀତ ଖାଲି।
ଅତୀତଟା ଏଡ଼େ ଭୟଙ୍କର
ଡର ଲାଗେ ନିଜ ମନକୁ,
ଫେରି ତ’ ହେବନି ଆଉ ସେ
ଅସହାୟ ଅତୀତକୁ।
ଅନ୍ତରର କୋହ ଲୁହଧାର ହୋଇ
ନିରନ୍ତର ଯାଏ ବହି,
ମନ ଗହନରେ ସ୍ମୃତିର ଆକାଶରେ
ନିତ୍ୟ ତୋ ପ୍ରତିଛବି ଆଙ୍କୁଥିବ ଏହି ମୋ ଆଖି।
କିନ୍ତୁ ସବୁଦିନ ପାଇଁ ରହିଗଲ
ଆଖି ପଲକରେ ହୋଇ ଅତୀତର ସାକ୍ଷୀ।।
– ସୁମିତ୍ରା ପାଣି (ମଠ ସାହି, ଭଦ୍ରକ)