Home ଓଡ଼ିଶା ଆଜିଠାରୁ ନୟାଗଡ଼ ଜିଲ୍ଲା ଗଠନର ୨୫ବର୍ଷ ପୂର୍ତ୍ତି ମହୋତ୍ସବ

ଆଜିଠାରୁ ନୟାଗଡ଼ ଜିଲ୍ଲା ଗଠନର ୨୫ବର୍ଷ ପୂର୍ତ୍ତି ମହୋତ୍ସବ

130

ନୟାଗଡ଼, ୩୧ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲା ଗଠନର ୨୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲିଠାରୁ ପୁଣି ଆରମ୍ଭ ହେବ ଆଉ ଏକ ମହୋତ୍ସବ। ଉତ୍କଳ ଦିବସଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ନୟାଗଡ଼ ଖେଳ ପଡ଼ିଆଠାରେ ପୁରା ଜାକଜକମରେ ପାଳନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଥିରେ ଉତ୍କଳଦିବସ ପାଳନ ସହ ଜିଲ୍ଳା ପ୍ରତିଷ୍ଠା ଦସବ, ଜିଲ୍ଳା କୃଷି ମହୋତ୍ସବ ଓ ପୁସ୍ତକ ମେଳାର ମଧ୍ୟ ଆୟୋଜନ କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏଥିରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ ସାହିତ୍ୟକମାନଙ୍କୁ ନେଇ ଆଲୋଚନା ଓ ସାଧାରଣ ସଭା ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସୂତ୍ରରୁ ଜଣାପଡ଼ିଛି। ସେହିପରି ମହୋତ୍ସବରେ ବହୁ ସଂଖ୍ୟାରେ ବିଭିନ୍ନ ବିପଣି ଖୋଲିବା ସହ ଖାଦ୍ୟ ଷ୍ଟଲ ଖୋଲାଯିବ ବୋଲି ଜଣାପଡ଼ିଛି। ଜିଲ୍ଲା ଗଠନର ପୂର୍ତ୍ତି ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଳାପାଳ ଶ୍ରୀ ଡାକୁଆ ଜିଲ୍ଳାବାସୀଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.