Home Top News ଭାନୁଆଟୁ ଦ୍ୱୀପ ନିକଟରେ ୬.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ପରେ ସୁନାମି ଚେତାବନୀ

ଭାନୁଆଟୁ ଦ୍ୱୀପ ନିକଟରେ ୬.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ପରେ ସୁନାମି ଚେତାବନୀ

110

ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି ଯେ, ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ଭାନୁଆଟୁ ଦ୍ୱୀପପୁଞ୍ଜ ମଧ୍ୟରୁ ପୋର୍ଟ ଅର୍ଲିର ଅଞ୍ଚଳ ୬.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ସୁନାମି ଆଶଙ୍କା ରହିଛି।

ଦକ୍ଷିଣ ପ୍ରଶାନ୍ତର ୮୦ ଟି ଦ୍ୱୀପପୁଞ୍ଜର ଏକ ଅଂଶ ସାନମା ଜିଲ୍ଲାର ଏସପିରିଟୋ ସାଣ୍ଟୋ ଦ୍ୱୀପରେ ଥିବା ପୋର୍ଟ ଅର୍ଲି ଉପକୂଳ ନିକଟରେ ଏହି ବଡ଼ ଧରଣର ଭୂମିକମ୍ପ ଘଟିଛି।

ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଏଣ୍ଡ ସିସମୋଲୋଜି ଅନୁଯାୟୀ ବୁଧବାର ଦିନ ୬.୧୦ ସ୍ଥାନୀୟ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

ତା’ପରେ ଆମେରିକାର ଚେତାବନୀ ପ୍ରଣାଳୀ ସୁନାମି ବିପଦ ବିଷୟରେ ସତର୍କ କରାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.