ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା “ଆକଭନ୍’ ଯୋଗୁଁ ବିଶେଷ ପ୍ରଭାବିତ ଅଂଚଳ ବା ରେଡ୍ ଜୋନ୍ରେ “ଭଦ୍ରକ ଜିଲ୍ଲା’ ରହିଥିବାରୁ ଲଗାଣ ବର୍ଷା ସହିତ ପବନ ର ବେଗ ବୃଦ୍ଧି ଓ ବୈତରିଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାକୁ ନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ସତର୍କ ସୂଚନା ଦେବାସହ ସଭିଏଁ ଏକ ହୋଇ ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିବାକୁ ଆହ୍ୱାନ ଦେଇଛନ୍ତି। ବିଶେଷ କରି ଭଣ୍ଡାରିପୋଖରୀ ବ୍ଲକର ବନ୍ୟା ପ୍ରଭାବିତ ଅଂଚଳ ଓ ବୈତରଣୀ ନଦୀ ପାଖ ବର୍ତି ଅଂଚଳର ଜନସାଧାରଣଙ୍କୁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ ମଲ୍ଲିକ ଧନ ଜୀବନ ସୁରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ,ଅଙ୍ଗନବାଡି କେନ୍ଦ୍ର,ନିକଟବର୍ତୀ ଶିକ୍ଷା ଅନୁଷ୍ଠାନ କୁ ଆସି ରହିବାକୁ ଅନୁରୋଧ କରିଛନ୍ତି।ଆବଶ୍ୟକତା ଅନୁଯାୟୀ ଶୁଖିଲା ଓ ରନ୍ଧା ଖାଦ୍ୟ,ମେଡ଼ିସିନ୍,ଗୋ ଖାଦ୍ୟ ଯୋଗାଇ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ସେ ସ୍ଥାନୀୟ ନେତୃମଣ୍ଡଳୀ ଓ ପଂଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ,ରାଜସ୍ୱ ନୀରିକ୍ଷକ ଅଧିକାରୀ, ଅଗ୍ନି ଶ୍ରମ ବିଭାଗ,ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ସହଯୋଗ ଯୋଗାଇବା ପାଇଁ ଦାଇତ୍ୱ ଥିବା ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି।







