Home ଜିଲ୍ଲା ପରିକ୍ରମା ୮୨ ବର୍ଷର ପଦାର୍ପଣ କଲା ତିହିଡିରେ ମା’ ଶ୍ୟାମା କାଳୀପୂଜା

୮୨ ବର୍ଷର ପଦାର୍ପଣ କଲା ତିହିଡିରେ ମା’ ଶ୍ୟାମା କାଳୀପୂଜା

2

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି଼ ବଜାରସ୍ଥିତ ମା ଶ୍ୟାମାକାଳୀ ପୂଜା ଆଜକୁ ୮୨ ବର୍ଷ ଧରି ପାଳିତ ହୋଇଆସୁଅଛି।ଶ୍ୟାମାକାଳୀ ପାଇଁ ତିହିଡିରେ ସ୍ୱତନ୍ତ୍ର ପରିଚୟ ରହିଛି।ମା କାଳୀଙ୍କ ମନ୍ଦିର ସମ୍ମୁଖରେ ଥିବା ପଡିଆକୁ କାଳିପଡିଆ ବୋଲି କୁହାଯାଉଛି।ସେହିପରି କାଳୀଙ୍କ ନାମରେ ମଧ୍ୟ ଶ୍ୟାମା କ୍ଳବ ରହିଛି। ଶ୍ୟାମାକାଳୀ ପୂଜା ଏ ଅଂଚଳର ଗୁରୁତ୍ୱ ବଢ଼ାଉଛି।ସବୁ ବର୍ଷ ପରି ଚଳିତ ବର୍ଷ ବଡ ଧୁମ ଧାମରେ ପାଳିତ ହୋଇଛି ଶ୍ୟାମାକାଳୀଙ୍କ ପୂଜା। ଏଥି ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଦିଆଯାଇଛି। ମା ଙ୍କ ମୃଣ୍ମୟ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ମା ଙ୍କ ନିକଟରେ ସଚେତନତା ମୂଳକ ପାର୍ଶ୍ୱ ଚିତ୍ର ଆହୁରି ଶୋଭା ବଢ଼ାଉଛି। ଚଳିତ ବର୍ଷ ଶ୍ୟାମାକାଳୀଙ୍କ ପୂଜା ପାଇଁ ତିହିଡି଼ ବଜାର ଝଲସୁଛି। ଆକର୍ଷଣୀୟ ତୋରଣ ଓ ଆଲୋକ ମାଳରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଏଥିସହ ବିଭିନ୍ନ ଦୋକାନ ବଜାର, ମିନାବଜାର ଓ ଦୋଳି ଖେଳ ସହିତ ସୁନ୍ଦର ସଜ୍ଜା ଭକ୍ତଙ୍କୁ ଆକର୍ଷିତ କରୁଛି।ଶ୍ୟାମାକାଳୀ ପୂଜା ସ୍ଥାନୀୟ ଲୋକ ଓ ତିହିଡି଼ ବଜାରର ଦୋକାନୀ ମାନଙ୍କ ସହଯୋଗରେ ୧୯୪୫ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରତି ବର୍ଷ ନିରାବିଛିନ୍ନ ଭାବେ ପାଳିତ ହୋଇଆସୁଛି। ସେତେବେଳେ ତିହିଡି଼ ଡାକ୍ତରଖାନାର ଜଣେ କମ୍ପାଉଣ୍ଡର ଓ ଜଣେ ପୋଲିସ ଅଧିକାରୀ ଶ୍ୟାମାକାଳୀ ପୂଜା ଆରମ୍ଭ କରିଥିଲେ। ପରେ ଚେମେଇ ନାୟକ, ଇନ୍ଦ୍ରମଣି ଯତି ଓ ଗିରିଧାରୀ ଦାସ ପ୍ରମୁଖ ପୂଜାର ପରମ୍ପରାକୁ ବଜାୟ ରଖିଥିଲେ। ପରବର୍ତୀ ସମୟରେ ୧୯୫୨ ମସିହାରେ ସେମାନେ ଏକ ପକ୍କା ମଣ୍ଡପ ନିର୍ମାଣ କରିଥିଲେ।ଏହି ମଣ୍ଡପ ନିର୍ମାଣ ପାଇଁ ବହୁ ବିଦ୍ୱାନ ବ୍ୟକ୍ତି ଆର୍ôଥକ ସହଯୋଗ କରିଥିଲେ।ମା ଙ୍କ ମହିମା ଅପାର। ଯିଏ ଯାହା ମାନସିକ କରିଛି ମା ତାହା ପୂରଣ କରିଛନ୍ତି ବୋଲି କୁହାଯାଏ। ଚଳିତ ବର୍ଷ ପୂଜା କମିଟିର ସଭାପତି ବୀରେନ୍ଦ୍ର କୁମାର ନାୟକ ସମ୍ପାଦକ ବୃନ୍ଦାବନ ଜେନା କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ଦାସ, ସଚ୍ଚିକାନ୍ତ ନାୟକ ସଦସ୍ୟ ସୋମନାଥ ପାଢ଼ୀ,ଧୀରେନ୍ଦ୍ର କୁମାର ସାହୁ, ଗିରିଜାରମଣ ଜେନା, ଦେବେନ୍ଦ୍ର ପଣ୍ଡା, ପ୍ରଭାତ ଜେନା, କମଳାକାନ୍ତ ଗୋଛାୟତ, ଅଶୋକ ପାଢ଼ୀ,ମହେଶ୍ୱର ଦଳାଇ,ପ୍ରଭାକର ନାୟକ ରବିନାରାୟଣ ଜେନା, ବ୍ରଜକିଶୋର ନାୟକ,ଧନେଶ୍ୱର ବାରିକ, ମନୋଜ ବାରିକ, ଟିକନ ସେଠୀ,ଗଣେଶ ନାୟକ, ପ୍ରତାପ ଜେନା, ଧନେଶ୍ୱର ମହାନ୍ତି, ରତ୍ନାକର ଧଳ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.