Home ଜିଲ୍ଲା ପରିକ୍ରମା ଗଦାଧର ବେହେରା କଳିଙ୍ଗ ସେନା ଜିଲ୍ଲା ସଭାପତି

ଗଦାଧର ବେହେରା କଳିଙ୍ଗ ସେନା ଜିଲ୍ଲା ସଭାପତି

1

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସ୍ୱାର୍ଥ ପାଇଁ ସର୍ବଦା ସ୍ୱର ଉତୋଳନ କରିଆସୁଥିବା କଳିଙ୍ଗ ସେନାର ଭଦ୍ରକ ଜିଲ୍ଲା ସଭାପତି ଭାବେ ବନ୍ତ ବ୍ଲକ ଆଡିଆ ଗ୍ରାମର ଗଦାଧର ବେହେରାଙ୍କୁ ନିଯୁକ୍ତି ମିଳିଛି । ସେନା ସୁପ୍ରିମୋ ହେମନ୍ତ ରଥ ଶ୍ରୀ ବେହେରାଙ୍କୁ ଏହି ପଦବିରେ ନିଯୁକ୍ତ କରିଥିବାରୁ ଜିଲ୍ଲାର କଳିଙ୍କ ସୈନିକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟ କରି ଆସୁଥିବା ବେଳେ ଭାରତୀୟ ଜୀବନ ବୀମା ନିଗମର ସଦସ୍ୟ ଅଟନ୍ତି । ପୂର୍ବରୁ ସେ ଜିଲ୍ଲା ବେସରକାରୀ ସିଟି ବିଇଡି ସଂଘର ସଭାପତି, ବରିଷ୍ଠ ନାଗରିକ ସୁରକ୍ଷା ମଂଚର ସଂଯୋଜକ,ଆଗରପଡା ଉତ୍କଳ କେଶରୀ ମହୋତ୍ସବ କମିଟିର କୋଷାଧ୍ୟକ୍ଷ ପରି ପଦ ପଦବୀର ଗୁରୁ ଦାୟିତ୍ୱକୁ ସୂଚାର ରୂପେ ତୁଲାଇ ଆସୁଛନ୍ତି । ଆଗାମୀ ଦିନରେ କଳିଙ୍ଗ ସେନାକୁ ଜିଲ୍ଲାରେ ସଶକ୍ତ କରାଇବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥରେ ଦଳ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ବେହେରାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ସେନା ସୁପ୍ରିମୋ ଶ୍ରୀ ରଥଙ୍କ ସମେତ ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.