Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ସରକାରୀ ସ୍ଥାନରୁ ଉଚ୍ଛେଦ ହେବ ୟୁଥ ଷ୍ଟାର କ୍ଲବ, ନୋଟିସ ଜାରୀ

ଦୋସିଙ୍ଗା ସରକାରୀ ସ୍ଥାନରୁ ଉଚ୍ଛେଦ ହେବ ୟୁଥ ଷ୍ଟାର କ୍ଲବ, ନୋଟିସ ଜାରୀ

2

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ତହସିଲ ଅର୍ନ୍ତଗତ ଦୋସିଙ୍ଗା ସରକାରୀ ସ୍ଥାନରୁ ଉଚ୍ଛେଦ ହେବ କ୍ଲବ। ପ୍ରାପ୍ତ ଖବର ଅନୁଯାଇ ଦୋସିଙ୍ଗା ବଜାର ଠାରେ ଥିବା ସରକାରୀ ଜମିରେ ଦୀର୍ଘ ଦିନ ହେବ ଦୋସିଙ୍ଗା ୟୁଥ ଷ୍ଟାର କ୍ଲବ ନିଜର କୋଠା ଘର ନିର୍ମାଣ କରି ନିଜର ସ୍ଥିତି ଜାହିରୀ କରି ଆସୁଥିଲା। ପ୍ରଦ୍ୟୁତ ନଗର ମୌଜାରେ ଖାତା ନଂ-୧୭୧, ପ୍ଲଟ ନଂ-୧୪୯ ରେ ଥିବା ଏ୦.୦୩ଡି ସ୍ଥାନରେ ଦ୍ୱିତଳ କୋଠା ଘର ନିର୍ମାଣ କରିବା ସହ ଏହାକୁ ୟୁଥ ଷ୍ଟାର କ୍ଲବ ନିଜର ଅଫିସ ଭାବେ ବ୍ୟବହାର କରି ଆସୁଥିଲେ। ସର୍ବସାଧାରଣଙ୍କ ଦାବୀ ଯୋଗୁ ଚାନ୍ଦବାଲି ତହସିଲଦାର ସଂପୃକ୍ତ କ୍ଲବର ସଂପାଦକ ଙ୍କୁ ଚିଠି ସଂଖ୍ୟା ୨୭୫୯/୨୦୨୫-୨୬ରେ ଏହି ସରକାରୀ ସ୍ଥାନରୁ ହଟିବା ସହ ଏହାକୁ ଅବରୋଧ ମୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ଏହାକୁ ଅବମାନନା କଲେ ଆସନ୍ତା ୫ତାରିଖ ଦିନ ପୁଲିସ ସହାୟତାରେ ଉକ୍ତ ସରକାରୀ ବୃତିରୁ ନିର୍ମାଣ ଅଂଶକୁ ହଟାଇ ଦିଆଯାଇ ଅବରୋଧ ମୁକ୍ତ କରାଯିବ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.