Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ଓ ବନ୍ତରେ ନିଶାମୁକ୍ତ ଭାରତ ଅଭିଯାନ ଓ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ ଓ ବନ୍ତରେ ନିଶାମୁକ୍ତ ଭାରତ ଅଭିଯାନ ଓ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର୍ଯ୍ୟକ୍ରମ

2

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରଛାତ୍ରୀଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଏବଂ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କ୍ରମରେ ଭଣ୍ଡାରିପୋଖରୀ ବ୍ଲକର ଥାଇଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବନ୍ତ ବ୍ଲକର ହାସିନପୁର ଉଚ୍ଚପ୍ରାଥମିକଙ୍ଖବିଦ୍ୟାଳୟରେ ନିଶାମୁକ୍ତ ବିଦ୍ୟାଳୟ ଓ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କିତ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ତମାଖୁ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନର ଶାରୀରିକ, ମାନସିକ ଓ ସାମାଜିକ କୁପ୍ରଭାବ ବିଷୟରେ ସଚେତନ କରାଯାଇଥିଲା। ସେହିପରି ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଜ ପରିବାର ଓ ସମାଜ ମଧ୍ୟରେ ନିଶାମୁକ୍ତିର ବାର୍ତା ପ୍ରଚାର କରିବାକୁ ଉତ୍ସାହିତ କରାଯାଇଥିଲା। ବିଦ୍ୟାଳୟ ସ୍ତରରୁ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ଏବଂ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନର ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି ପଦକ୍ଷେପ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ସହ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ଭାରତ ଗଠନରେ ନିଶ୍ଚିତ ଭାବେ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.