Home ଜିଲ୍ଲା ପରିକ୍ରମା ୭୦ତମ ଭଦ୍ରକ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

୭୦ତମ ଭଦ୍ରକ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

1

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହନୁମାନ ଜିଉ ଉଚ୍ଚ ବିଦ୍ୟାଳୟ ତତ୍ୱାବଧାନରେ ରେଳବାଇ ପଡ଼ିଆରେ ୭୦ତମ ଭଦ୍ରକ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଉଦ୍‌ଘାଟିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼. ଜଗବନ୍ଧୁ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ, ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଖଟୁଆ ଯୋଗଦାନ କରି ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା, ଶୃଙ୍ଖଳା ତଥା ଚରିତ୍ର ଗଠନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲା ବେଳେ କେନ୍ଦୁଆପଦା ହାଇସ୍କୁଲର ପ୍ରଧାନଶିକ୍ଷକ ଶଶୀଶେଖର କରଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶଶୀକାନ୍ତ ବେହେରା ସଭା ସଂଚାଳନ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ୬୦୫ ଜଣ ପ୍ରତିଯୋଗୀ ଓ ୧୩୭ ଜଣ ପ୍ରଧାନଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ଯୋଗଦାନ କରିଥିଲେ । କ୍ରିକେଟ, ଖୋ ଖୋ, କବାଡ଼ି ଓ ଭଲିବଲ ପ୍ରତିଯୋଗିତା ୩ ଦିନ ଧରି ଚାଲିବ । ଏଥିରେ ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ଭୀମ ଚରଣ ପରିଡ଼ା, ସମରେନ୍ଦ୍ରନାଥ ମିଶ୍ର, ଉମେଶ ଚନ୍ଦ୍ର ମାଝି, ପ୍ରଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ବ୍ଲକ ସମ୍ପାଦକ ମାନସ କୁମାର ନାୟକ, ପ୍ରଭୁଦତ୍ତ ପଣ୍ଡା, ସୁକାନ୍ତ ଜେନା, ମାନସ ରଞ୍ଜନ ନାୟକ, ମନୋଜ ଶଙ୍ଖୁଆ, ପ୍ରଭାତ ଜେନା, ଜିତେନ୍ଦ୍ର କୁମାର ସାହୁ, ବିକଶି ସାହୁ, ଜୟନ୍ତୀ ନାୟକ, ତପନ ମିଶ୍ର, ରଞ୍ଜନ ବେହେରା, ଅଶୋକ ପଣ୍ଡା, ବିନୟ ସମାଲ, ବିକ୍ରମ ଦାସ, ମାନସୀ ପ୍ରଧାନ, ଅକ୍ଷୟ ସେଠୀ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ । ଶେଷରେ ଶିବ ନାରାୟଣ ପତି ଧନ୍ୟବାଦ ଜ୍ଞାପନ କରିଥିଲେ । ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ଲିଜା ଦାସ, ରୁବିନା ଖାତୁନ ଓ ଅରୁଣ କୁମାର ବାରିକ୍ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.