Home ଜିଲ୍ଲା ପରିକ୍ରମା ଦୁଇ ବିଦ୍ୟାଳୟରୁ ଚୋରି

ଦୁଇ ବିଦ୍ୟାଳୟରୁ ଚୋରି

2

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଏବଂ ଭଦ୍ରକ ବ୍ଳକର ଦୁଇଟି ବିଦ୍ୟାଳୟରୁ ଚୋରି ହୋଇଛି।ରବିବାର ରାତିରେ ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ଅଧୀନ ଅଜମତପୁର ପ୍ରାଥମିକ ବିଦ୍ୟାଳୟ ସମେତ ଭଦ୍ରକ ବ୍ଲକ ବିଷ୍ଣୁପୁର ବିନ୍ଧା ପଂଚାୟତସ୍ଥିତ ଗଞ୍ଜାମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କକ୍ଷର ତାଲା ଭଙ୍ଗାଯାଇ ଦୁର୍ବୃତମାନେ ଚାଉଳ ଚେୟାର ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷପତ୍ର ଚୋରି କରି ନେଇଥିବା ଜଣାଯାଇଛି।ସେହିପରି ଗଞ୍ଜାମାଳ ସ୍କୁଲ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ର ତାଲା ଭାଙ୍ଗି ଅଣ୍ଡା ଚାଉଳ ଆଦି ମଧ୍ୟ ଚୋରି ହୋଇଛି।ଏହା ଜଣାପଡିବା ପରେ ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗ ଗ୍ରହଣ କରି ପୃଥକ ଭାବେ ଧୂଷୁରୀ ଥାନା ଓ ଗୁଜିଦରଡ଼ା ଫାଣ୍ଡି ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଇଛି।ସମାନ ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଲେଇ ପଂଚାୟତ ମଙ୍ଗଳାପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିଲା ବେଳେ ଏକ ହଳଦିଆ ରଙ୍ଗର ମ୍ୟାଜିକ କିମ୍ବା ପିକଅପ ଭଳି ଗାଡ଼ି ଆସିବା ଏବଂ ସ୍କୁଲ ନିକଟରେ ରହୁଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି।ଏହାକୁ ଠାବ କରାଗଲେ ଚୋରି ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ନିକଟବର୍ତୀ ଅଂଚଳରେ ବେଆଇନ ନିଶା ଡ୍ରଗ୍ସ କାରବାର ଚାଲୁଥିବାରୁ ଚୋରି ଭଳି ଅସାମାଜିକ କାର୍ଯ୍ୟକଳାପ ବଢୁଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.