Home ଜିଲ୍ଲା ପରିକ୍ରମା କାର୍ଯ୍ୟରତ ପୁଲିସର ମୃତ୍ୟୁ

କାର୍ଯ୍ୟରତ ପୁଲିସର ମୃତ୍ୟୁ

3

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଏନଏସି ଅଧିନ ଭାଟପଡା ଗ୍ରାମର ଗୟାଧର ବାରିକଙ୍କ ପୁଅ ରତିକାନ୍ତ ବାରିକ(୩୨) ଆକସ୍ମିକ ମୃତ୍ୟୁ ହୋଇଯାଇଛି ।ସେ ଓଡିଶା ପୋଲିସରେ କାର୍ଯ୍ୟରତ ଥିଲେ। ହଠାତ ତାଙ୍କ ଦେହ କୌଣସି କାରଣରୁ ଅସୁସ୍ଥ ହେବାରୁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ଡାକ୍ତର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ। ଗତକାଲି କଟକରେ ଏକ ଘରୋଇ ହସ୍ପିଟାଲରେ ଏକ ଅପରେସନ ହୋଇଥିଲେ।ଅପରେସନର କିଛି ଘଂଟା ପରେ ବହୁତ ଅସୁସ୍ଥ ହୋଇଯାଇଥିଲେ।ତାଙ୍କର ଚିକିତ୍ସା କରିବା ଅବସ୍ଥାରେ ଆଜି ସକାଳେ ଦେହାନ୍ତ ହୋଇ ଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.