Home ଜିଲ୍ଲା ପରିକ୍ରମା ଶାରଦୀୟ କନ୍ୟାରତ୍ନ ବିଶେଷାଙ୍କ “ଦିବ୍ୟାଂଶୀ’ ଲୋକାର୍ପିତ,”କନ୍ୟା ସନ୍ତାନର ସ୍ୱୀକୃତି ଓ ସମ୍ନାନ ସାହିତ୍ୟର ଐଶ୍ୱର୍ଯ୍ୟ’

ଶାରଦୀୟ କନ୍ୟାରତ୍ନ ବିଶେଷାଙ୍କ “ଦିବ୍ୟାଂଶୀ’ ଲୋକାର୍ପିତ,”କନ୍ୟା ସନ୍ତାନର ସ୍ୱୀକୃତି ଓ ସମ୍ନାନ ସାହିତ୍ୟର ଐଶ୍ୱର୍ଯ୍ୟ’

1

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ସଂସ୍କୃତିରେ କନ୍ୟା କେବଳ ମାତ୍ର ଜଣେ ସନ୍ତାନ ନୁହେଁ, ସେ ଏକ ପବିତ୍ର ସଂକଳ୍ପ, ସୃଷ୍ଟିର ସୂକ୍ଷ୍ମ ଅଭିବ୍ୟକ୍ତି ଓ ସାରସ୍ୱତ ଦର୍ପଣ। କାନ୍ତକବିଙ୍କ ମାଟି ତିହିଡ଼ିରେ କନ୍ୟାରତ୍ନକୁ ନେଇ ସ୍ୱତନ୍ତ୍ର ସାହିତ୍ୟିକ ଆଲୋଡ଼ନ ଜଗାଇବା କ୍ଷେତ୍ରରେ “ଦିବ୍ୟାଂଶୀ’ ଶାରଦୀୟ ବିଶେଷାଙ୍କ ଓଡ଼ିଆ ପତ୍ରପତ୍ରିକା ଜଗତ ପାଇଁ ଏକ ସାଧୁ ଉଦ୍ୟମ ବୋଲି ସ୍ଥାନୀୟ ମଙ୍ଗରାଜପୁର ସ୍ଥିତ ସେନାପତିସାହିରେ ଶାରଦୀୟ କନ୍ୟାରତ୍ନ ବିଶେଷାଙ୍କ “ଦିବ୍ୟାଂଶୀ’ର ଶୁଭ ଉନ୍ମୋଚନ ସହିତ ଏକ ବର୍ଣ୍ଣାଢ଼୍ୟ କବିତାପାଠ ଓ ସାଂସ୍କୃତିକ ସମାରୋହରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। କବି ବିପ୍ଳବ ରଂଜନ ପତି, ଯୁବ ଗାଳ୍ପିକ ମନୋଜ କୁମାର ପାଣିଗ୍ରାହୀ ଓ ଡ. ଅମୂଲ୍ୟ ସେନାପତିଙ୍କ ମିଳିତ ମଂଚ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବ ଉଦଘାଟିତ ହୋଇଥିଲା। ପରେ ପ୍ରବଚିକା ବିଶ୍ୱମୈତ୍ରୀ ନାୟକଙ୍କ ସଂଯୋଜନାରେ ବେଦମନ୍ତ୍ର ଧ୍ୱନି ମଧ୍ୟରେ ମାତୃପୂଜନ କରାଯିବା ସହ ମା” ପବ୍ଲିଶର୍ସ ପ୍ରକାଶିକା ସାବିତ୍ରୀ ଦ୍ୱିବେଦୀଙ୍କ ସହିତ ପରିବାରବର୍ଗ ଓ ଉପସ୍ଥିତ ମହିଳାମାନଙ୍କ ଦ୍ୱାରା ଭାବପୂର୍ଣ୍ଣ ‘କନ୍ୟାଶ୍ରୀ ବନ୍ଦନା” କରାଯାଇଥିଲା। ଅଧ୍ୟାପିକା ସଂଯୁକ୍ତା ଭାରତୀ ଅତିଥିଭାବେ ଯୋଗଦେଇ କନ୍ୟା ବନ୍ଦନାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଅବନ୍ତି ପାଢ଼ୀ କନ୍ୟା ବନ୍ଦନା କବିତା ପାଠ କରିଥିବାବେଳେ ପୁରୋହିତ ବେଦ ପାଠ କରିଥିଲେ।ମଂଚାସୀନ ବିଶିଷ୍ଟ ଅତିଥିମାନଙ୍କ କରକମଳରେ ‘ଦିବ୍ୟାଂଶୀ”ର ଶାରଦୀୟ ସଂଖ୍ୟା ଲୋକାର୍ପିତ ହୋଇଥିଲା। ପତ୍ରିକାର ସମ୍ପାଦକ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ, ସହ ସମ୍ପାଦକ କବି ପି. ହୃଷୀକେଶ ଓ କାର୍ଯ୍ୟନିର୍ବାହୀ – ସମ୍ପାଦକ କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ‘ବେଦପୀୟୂଷ’ର ସମ୍ପାଦକ ତଥା ବିଶିଷ୍ଟ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସୃଜନଶୀଳତା, କନ୍ୟାରତ୍ନ ଓ ସାଂପ୍ରତିକ ସମାଜ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଦେଷ୍ଟା ଡକ୍ଟର ଲକ୍ଷ୍ମୀଧର ତ୍ରିପାଠୀ, ତ୍ୟାଗଭୂମି ସଭାପତି ଅଜୟ ନାୟକ, କବି ଦୀନବନ୍ଧୁ ପତି, ସାହିତ୍ୟିକ ବିଭୂତି ଭୂଷଣ ସେନାପତି,ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଓ ସଞ୍ଜିତ କୁମାର ବଳ,ଇଂ ଅଭୟ କୁମାର ସୁତାର,ଶିକ୍ଷାବିତ୍ ସୋମନାଥ ପାଢ଼ୀ, ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ, ସାମ୍ବାଦିକ ରାମନାରାୟଣ ନାୟକ,ସାମ୍ବାଦିକ ଜ୍ଞାନପ୍ରକାଶ ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ଏକ ମନୋଜ୍ଞ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ରବିକୁମାର ମହାନ୍ତି, ଭଗବାନ ପାଣିଗ୍ରାହୀ, ମୁକୁନ୍ଦଦେବ ନାୟକ,କବି ଗୋଲକ ପ୍ରସାଦ ବୈୟାରୀ , ମଥୁରା ମୋହନ ବେହେରା,ବାବୁରାମ ରାଉତ,ବୈକୁଣ୍ଠନାଥ ଓଝା,ଗଙ୍ଗାଧର ଦତ, ଦେବେନ୍ଦ୍ରନାଥ ମହାଳିକ,ନରହରି ନାୟକ ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ପତ୍ରିକା ମୁଖ୍ୟ ପରିଚାଳକ ତଥା ତିହିଡ଼ି ‘ମା ଗ୍ରାଫିକ୍ସ’ର ସତ୍ୱାଧିକାରୀ ବିକାଶ ରଂଜନ ସେନାପତି ସମସ୍ତ ଅତିଥି, କବି ଓ ଉପସ୍ଥିତ ସାହିତ୍ୟାନୁରାଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ କୁଳମଣି ସାହୁ,ଅକ୍ଷୟ କୁମାର ବ୍ରହ୍ମ,ସୁଧାଂଶୁ ମାହୁନ୍ତ, ଆଶୁତୋଷ କରଣ , ନୋଟାରିୟାନ ସୂର୍ଯ୍ୟ ରଞ୍ଜନ ମିଶ୍ର, ଅଧ୍ୟାପକ ନାରାୟଣ ପୃଷ୍ଟି,ସାମ୍ବାଦିକ ପ୍ରଭାତ ରାଉଳ, ମନୋଜ ସେନାପତି, ଚନ୍ଦ୍ର କାନ୍ତ ମହାନ୍ତି,ବଳରାମ ପାଢ଼ୀ, ଆଇନି ଜୀବୀ ବିଷ୍ଣୁ ଦାଶ,ତପନ ମିଶ୍ର,ତୁଷାର ନାୟକ,ନଳିନୀ କାନ୍ତ ନାୟକ ଓ ସତ୍ୟବ୍ରତ କୁଣ୍ଡ ପ୍ରମୁଖ ବହୁ ବୁଦ୍ଧିଜୀବୀ,ସାହିତ୍ୟିକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.