Home ଜିଲ୍ଲା ପରିକ୍ରମା ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର ଓ ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଂଟନ...

ଧାମନଗରରେ ସଡ଼କ ସୁରକ୍ଷା ସଚେତନତା ଶିବିର ଓ ମହିଳା ସ୍କୁଟି ଚାଳକଙ୍କୁ ମାଗଣା ହେଲମେଟ ବଂଟନ ଏକ ପ୍ରହସନ

1

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଭଦ୍ରକ ଆରଟିଓ ଙ୍କ ଆନୁକୂଲ୍ୟରେ ଧାମନଗର ଇଣ୍ଡୋର ଷ୍ଟାଡିୟମ ପରିସରରେ ‘ସେବା ହିଁ ସଂକଳ୍ପ’ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହିଳା ସ୍କୁଟି ଚାଳକଙ୍କୁ ପରିବହନ ବିଭାଗ ପକ୍ଷରୁ ମାଗଣାରେ ହେଲମେଟ ବଂଟନ କରିବା ପାଇ କହିଥିବା ବେଳେ ମାତ୍ର ହାତ ଗଣତି କିଛି ହେଲ ମେଂଟ ନିଜ ଲୋକଙ୍କୁ ପ୍ରଦାନ କରି ବିଭାଗ ବାହା ବାହା ନେଇଥିଲା। ଲୁଚାଣିଆ ଭାବରେ ଏହି କାର୍ଯ୍ୟକ୍ରମ କରି ଥିବା ଅଭିଯୋଗ ହୋଇ ଥିଲା।କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ସଡ଼କ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମ ପାଳନ, ହେଲମେଟ ବ୍ୟବହାର ଏବଂ ନିଜ ସହ ଅନ୍ୟମାନଙ୍କ ଜୀବନର ସୁରକ୍ଷା ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ମହିଳା ଦୁଇଚକିଆ ଯାନ ଚାଳକମାନେ ହେଲମେଟ ପିନ୍ଧିବା ସହ ସମସ୍ତ ଯାତାୟାତ ନିୟମ ମାନି ଗାଡ଼ି ଚଳାଇବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। କନିଷ୍ଟ ଏମ ଭିଆଇ ପ୍ରିୟଙ୍କା ପ୍ରିୟଦର୍ଶନୀ ପ୍ରଧାନ, ଭଦ୍ରକ ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ଓ କୈଳାସ ମହାପାତ୍ର, ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ, ବିଡିଓ ବନବିହାରୀ ଦିଣ୍ଡା, ଏସ୍‌ଡିପିଓ ବିଷ୍ଣୁଚରଣ ବାରିକ ଓ ଥାନା ଅଧିକାରୀ ସୁବ୍ରଜିତ୍ ଦାସଙ୍କ ସମେତ ନ ବିଜେପି ନେତା କୈଳାଶ ମହାପାତ୍ର, ଉପସ୍ଥିତ ଥିଲେ। ଆଇନଜୀବୀ ରଞ୍ଜିତ ମହାନ୍ତି ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥି ଓ ଅଂଶଗ୍ରହଣକାରୀମାନେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହ ଅନ୍ୟମାନଙ୍କୁ ଏନେଇ ସଚେତନ କରିବା ପାଇଁ ସପଥ ନେଇଥିଲେ।ତେବେ ତେବେ ମହିଳାଙ୍କୁ ହେଲ ମେଂଟ ଦେବା ପାଇଁ ଡାକି କିଛି ଦେଇ ଥିଲେ ଅନ୍ୟ ମାନେ ନିରାଶ ରେ ଫେରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.