Home ଜିଲ୍ଲା ପରିକ୍ରମା ମନ୍ଦିରରୁ ଗହଣା ଓ ହୁଣ୍ଡି ବାକ୍ସ ଭଙ୍ଗା ଘଟଣାର ପର୍ଦ୍ଦାଫାଶ କଲା ବାସୁଦେବପୁର ପୋଲିସ

ମନ୍ଦିରରୁ ଗହଣା ଓ ହୁଣ୍ଡି ବାକ୍ସ ଭଙ୍ଗା ଘଟଣାର ପର୍ଦ୍ଦାଫାଶ କଲା ବାସୁଦେବପୁର ପୋଲିସ

2

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛିଦିନ ଧରି ଭଦ୍ରକ୍ ଜିଲ୍ଲା ବାସୁଦେବପୁରରେ ବିଭିନ୍ନ ମନ୍ଦିରରେ ଚୋରୀ ଘଟଣା ପୋଲିସ୍ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ସୁଚନା ଅନୁଯାୟୀ ପଢ଼ୁଆଁ ର ତ୍ରିନାଥ ମନ୍ଦିର , ଅମାଜିଆର ମା ସର୍ବମଙ୍ଗଳା, ବାଲିନଗରର ପଂଚମୁଖୀ ହନୁମାନ ମନ୍ଦିର, କୁମାର ପୁରର ଖିରେଶ୍ୱର୍ ମନ୍ଦିର, ନନ୍ଦପୁରର ତାରିଣୀ ମନ୍ଦିର, ଇରମର ରାଧା ମାଧବ ମଠ ଓ ନୂଆଗାଁର ମା ମାର୍କୁଣ୍ଡା ମନ୍ଦିର ରେ ଚୋର ମାନେ ହୁଣ୍ଡି ବାକ୍ସ ସହ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ। ଘଟଣାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ମନ୍ଦିର ଚୋରୀ ଘଟଣାରେ ସଂପୃକ୍ତ ଚାରି ଜଣ ଚୋରଙ୍କ ସହ ଚୋରି ଅଳଙ୍କାର କିଣିଥିବା ବ୍ୟକ୍ତି ଙ୍କୁ ଗିରଫ କରିଛି ବାସୁଦେବପୁର ପୋଲିସ୍‌। ମନ୍ଦିର ଚୋରୀ ଘଟଣାରେ ଅଭିଯୁକ୍ତ ନୂଆଗାଁ ଆଡ଼ିଆ ଗ୍ରାମର ମୁନା ମହାଲିକ, ବାଉ ମହାଳିକ, ରାଧାନାଥ ପୁରର ସୁବାସ ମହାଳିକ, ମଧୁସୂଦନପୁର ଗାଁ ଦିପୁ ପାଣିଗ୍ରାହୀ ଙ୍କ ସମେତ ଚୋରୀ ସୁନା ଅଳଙ୍କାର କିଣିଥିବା ପ୍ରବୋଧ ପୁର ଗ୍ରାମ ର ବିଜୟାନନ୍ଦ ପାଢ଼ୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ନଗଦ ୨୬ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର, ଗୋଟିଏ ସ୍କୁଟି, ପାଂଚଟି ମୋବାଇଲ୍ ଓ ଅନ୍ୟାନ୍ୟ ଉପକରଣ ଜବତ କରିବା ସହ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାସୁଦେବପୁର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.