ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଲାମ ଦ୍ୱୀପ ରୁ ସକାଳ ୯ଟା ସମୟରେ ପ୍ରଳୟ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା।ଏହି କ୍ଷେପଣାସ୍ତ୍ର ର ପରିସୀମା ୧୫୦ କି.ମିରୁ ୫ଶହ କି.ମି ପର୍ଯ୍ୟନ୍ତ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ସର୍ଟ ରେଞ ବାଲାଷ୍ଟିକ ମିଶାଇଲ ଶ୍ରେଣୀର। ଏହା ରୁଷିଆର ୯କେ୭୨୦ କ୍ଷେପଣାସ୍ତ୍ର ଇସକନ୍ଦର ସହ ତୁଳନା କରାଯାଉଥିବା ବେଳେ ଚାଇନାର ଡଙ୍ଗେ‘ଙ୍ଗ୧୨ ଠାରୁ ଶକ୍ତିଶାଳୀ ବୋଲି ପ୍ରତିରକ୍ଷା ବୈଞାନିକଙ୍କ ଠାରୁ ପ୍ରକାଶ। ଏହି ମିଶାଇଲ ପୃଥିବୀ ମିଶାଇଲର ନୂତନ ସଂସ୍କରଣ ବୋଲି ଜଣାଯାଇଥିବା ବେଳେ ଏହାର ନିଶାନ ୫ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ। ୫ଟନ ଓଜନର ଏହି ମିଶାଇଲ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ଥ୍ର ବହନ କରିପାରିବାର କ୍ଷମତା ଥିବା ବେଳେ ଏହାର ଇନ୍ଧନ କଠିନ ପର୍ଯ୍ୟାୟର ବୋଲି ଜଣାଯାଇଛି। ୨୦୧୫ ମସିହାରେ ୩୩୩କୋଟି ବ୍ୟୟ ଅଟକଳରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏହା ରୋଡ ଲଂଚରରୁ ନିକ୍ଷେପ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ। ୧‘ୁଟ ୫ଇଂଚ ବ୍ୟାସାର୍ଦ୍ଧ ବିଶିଷ୍ଟ ପ୍ରଳୟ କ୍ଷେପଣାସ୍ଥ୍ର ଆଣବିକ ଯୁଦ୍ଧାସ୍ଥ୍ର ବହନ କରିପାରିବାର କ୍ଷମତା ର ଅଧିକାରୀ। ସିଙ୍ଗଲଷ୍ଟେଜ ବିଶିଷ୍ଟ ଇଂଜିନ ଏହାକୁ ବହନ କରି ନିକ୍ଷେପ କରିଥିଲା ବେଳେ ଏହାର ଠିକ ଲକ୍ଷ୍ୟସ୍ଥଳକୁ ଠିକ ସମୟରେ ମାଚ ୩ସ୍ପିଡରେ ଗତି କରି ପାରିବାର କ୍ଷମତା ସଂପର୍ଣ। ଏହାର ଗତିକୁ ‘ାଇବର ଅପଟିକୋ ଗାଇରୋ ନାଭିଗେସନ ସିଷ୍ଟମ ,ଜିପିଏସ ଏବଂ ନାଭିକସେଟଲାଇଟ ଦ୍ୱାରା ଗାଇଡେଡ କରାଯାଇଥିଲା। ମାତ୍ର ଏହାର ପରୀକ୍ଷଣ ଆଜି ସକାଳ ୯ଟା ସମୟରେ ହୋଇଥିବା ବେଳେ ଏହା ବି‘ଳ ହୋଇଥିବା ଜଣାଯାଇଛି। ଆଜି ଏହାର ପରୀକ୍ଷଣ ହେବାର କିଛି ସମୟ ମଧ୍ୟରେ ଏକ ବିସ୍ପୋରଣ ହୋଇଥିଲା। ଅଂଚଳର ଜନତା ଏହି ବିସ୍ପୋରଣ ଦେଖିଥିବା ବେଳେ ଏହାର ପରୀକ୍ଷଣ ବି‘ଳ ହୋଇଥିଲା ବୋଲି ମଧ୍ୟ ଜଣାଯାଇଛି। ପରେ ପ୍ରତିରକ୍ଷା ବିଭାଗର ଏକ ହେଲିକପ୍ଟର ଧାମରା ଅଂଚଳରେ ଆକାଶ ମାର୍ଗରେ ବୁଲି ଏହି ପରୀକ୍ଷଣର ପ୍ରଭାବ ନଜର କରୁଥିବା ଜଣାଯାଇଛି।








