ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଉପକୂଳରେ ବସ ବାସ କରୁଥିବା ସମସ୍ତ ଜନଜୀବନ ସହିତ ହେନ୍ତାଳବଣ ପରିପୂରକ ଭାବେ ଜଡିତ।ସାଧାରଣତ ହେନ୍ତାଳ ବଣ କହିଲେ ସମୁଦ୍ର କୂଳବର୍ତୀ ଅଂଚଳ,ନଦୀମୁହାଣ ,ଉପକୂଳବର୍ତୀ ଦ୍ୱୀପାଚଂଳରେ ଦେଖାଯାଉଥିବା ଏବଂ ଲୁଣାପାଣିକୁ ସହନ କରି ପାରୁଥିିବା ବନୀଗଛର ସମାରୋହ କୁ ବୁଝାଇଥାଏ। ଓଡିଶା ଉପକୂଳର ଜୈବ ବିବିଧତା ବଢେଇବା ସହିତ ଉପକୂଳର ସୁରକ୍ଷା ପାଇଁ ନିହାତି ଗୁରୁତ୍ୱପୂର୍ଣ ଭୂମିକା ବହନ କରେ। ଉପକୂଳବର୍ତୀ ଜିଲ୍ଲା ଯଥା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା,ଜଗତସିଂପୁର ରେ ସମୁଦ୍ର ତଟ ନିକଟସ୍ତ ମୁହାଣ,ଯୋର,ଜୁଆର ମାଡୁଥିବା କ୍ଷେତ୍ର ,ତ୍ରିକୋଣଭୂମି ଏବଂ ନଦୀ ତଟ ଅଂଚଳରେ ହେନ୍ତାଳବଣ ଦେଖା ଯାଇଥାଏ। ଉପକୂଳବର୍ତୀ ଜନଜୀବନରେ ଲୁଣା ଜଙ୍ଗଲ ବା ହେନ୍ତାଳବଣ କେବଳ ବୃକ୍ଷ ମାନଙ୍କର ସମାରୋହ ନୁହେଁ ଏହା ଜୀବନର ଆଧାର।ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ତହସିଲ ଅର୍ନ୍ତଗତ ଧାମରା ଠାରୁ ଆରମ୍ଭ କରି କରଣପଲ୍ଲୀ ପଂଚାୟତ ଏବଂ ପରେ ବାସୁଦେବପୁର ଏବଂ ବାଲେଶ୍ୱର ପର୍ଯ୍ୟନ୍ତ ବନୀଜଙ୍ଗଲ ବୃଦ୍ଧି ପାଉଛି ବୋଲି ବନବିଭାଗ କହୁଥିବା ବେଳେ ଏହି ବନୀ ଜଙ୍ଗଲ ପାଇଂ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି । ଭଦ୍ରକ ଜିଲ୍ଲାରେ ବନୀ ଜଙ୍ଗଲର ବୃଦ୍ଧି ପାଇଁ ବନୀ,ଗୁଆଁ ହେନ୍ତାଳ ଆଦି ଗଛକୁ ସମୁଦ୍ର ନିକଟବର୍ତୀ ଇଲାକାରେ ରୋପଣ କରୁଥିବା ବେଳେ ଏହିି ସମସ୍ତ ବନୀ ଜଙ୍ଗଲ କୁ କେବଳ ଲୁଣା ପାଣି ସୁରକ୍ଷା ଦେଇ ପରିବେଶକୁ ସନ୍ତୁଳିତ ରଖିଥାଏ। ଅଂଚଳକୁ ଲୁଣାପାଣିରୁ ରକ୍ଷା କରିବା ପାଇଁ ମଧ୍ୟ ଏହି ହେନ୍ତାଳ ବଣ ସୁରକ୍ଷା ଯୋଗାଇ ଦେଇଥାଏ। ମାତ୍ର ଦିନକୁ ଦିନ ଏହି ହେନ୍ତାଳ ବନ ନିଜର ସ୍ଥିତି ହରାଇବାରେ ଲାଗିଛି। ଏହାର ଏକମାତ୍ର କାରଣ ସାଜିଛି ଏହି ଅଂଚଳରେ ଦିନକୁ ଦିନ ବଢି ଚାଲିଥିବା ଚିଙ୍ଗୁଡି ଚାଷ ଏବଂ ସାଧାରଣ ଜନତାଙ୍କ ଘର ନିର୍ମାଣ ପାଇଁ କାଠର ଆବଶ୍ୟକ ପଡୁଥିବା ବେଳେ ସ୍ଥାନୀୟ ଅଧିବାସୀ ଏହି ବନୀ ଗଛକୁ କାଟି ନିଜର ଘର କରିବା ପାଇଁ ବ୍ୟବହାର କରି ଆସୁଛନ୍ତି। ଭଦ୍ରକ ଜିଲ୍ଲାରେ ୨୦୦୭ ମସିହା ତଥ୍ୟ ଅନୁଯାଇ ସମୁଦାୟ ଜଙ୍ଗଲ ଅଂଚଳ ୯୯କି.ମି ପରିବ୍ୟାପ୍ତ, ତନ୍ମଧ୍ୟରୁ ୪ଏକର ସଂରକ୍ଷିତ ଜଙ୍ଗଲ ହୋଇଥିବା ବେଳେ ୩୩ଏକର ଅଣସଂରକ୍ଷିତ ଏବଂ ରାଜସ୍ୱ ବିଭାଗ ଅଧିନରେ ୬୦ଏକର ଜମି ଅଛି। ଭଦ୍ରକ ଜିଲ୍ଲାରେ ବନୀ ଜଙ୍ଗଲ ୩୪.୮୭କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ । ବନବିଭାଗ ବିଭିନ୍ନ ପ୍ରକାର ସରକାରୀ ଯୋଜନା ଯଥା ମିଷ୍ଟି, କାମ୍ପା, ଜେଭିଆଇସି ,ଆଦି ଯୋଜନାରେ ହଜାର ହଜାର ହେକ୍ଟର ଜମିରେ ଏହି ବନୀଜଙ୍ଗଲ ସୃଷ୍ଟି କରୁଥିବା କଥା ବନବିଭାଗର ସରକାରୀ ନଥିପତ୍ରରେ ଉଲ୍ଲେଖ ହୋଇଥିବା ବେଳେ ପ୍ରକୃତରେ ଏହି ବିଭାଗ କେତେ ବନୀଗଛର ପୁନଃରୁଦ୍ଧାର କରିବାରେ ସଫଳ ହୋଇଛି ତାର ତଥ୍ୟ ଉପଲବଦ୍ଧ ନାହିଁ। ୨୦୦୭-୨୦୧୨ ମସିହା ପର୍ଯ୍ୟନ୍ତ ଜାପାନ ବ୍ୟାଙ୍କ ଫର ଇନଟରନେସନାଲ କୋପରେସନ ଭଦ୍ରକ ଡିଏଫଓଙ୍କ ଅଧିନରେ ବନୀଜଙ୍ଗଲ ପାଇଁ ବାର୍ଷିକ ୧କୋଟି ଟଙ୍କା ପ୍ରଦାନ କରିଆସୁଥିଲେ। ଏହି ଅନୁଦାନ ୨୦୧୩ ମସିହା ପର୍ଯ୍ୟନ୍ତ ବଳବତର ରହିଥିବା ବେଲେ ଆଜି ପର୍ଯ୍ୟନ୍ତ ଏହି ଅନୁଦାନରେ ବନୀଜଙ୍ଗଲ ସ୍ୱପ୍ନରେ ରହିଗଲା। କାମ୍ପା ଯୋଜନା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ପ୍ରତବର୍ଷ ୫୦ଲକ୍ଷ ଅନୁଦାନ ଆସୁଥିବା ବେଳେ ଏହାର ଆଶାନୁରୂପକ ଫଳ ମଧ୍ୟ ମିଳିପାରୁନାହିଁ। ଏହି ଯୋଜନାରେ ବାସୁଦେବପୁର ଏବଂ ଧାମରା ରେଞ ଅଧିନରେ ପ୍ରତିବର୍ଷ ୧ଶହ ଏକରରୁ ଅଧିକ ଜମିରେ ବନୀ ଜଙ୍ଗଲ ସୃଷ୍ଟି କରାଯାଉଥିବା କଥା ବନ ବିଭାଗ କହୁଥିବା ବେଳେ ପ୍ରକୃତରେ ବାସ୍ତବ ଚିତ୍ର ସଂପୂର୍ଣ ଓଲଟା। ବନବିଭାଗ କୋଟି କୋଟି ଟଙ୍କା କୃତ୍ରିମ ବନୀ ଜଙ୍ଗଲ ସୃଷ୍ଟି କରିବା ପାଇଁ ବ୍ୟୟ କରୁଥିବା ବେଳେ ଆଶାନୁରୂପକ ଫଳ ମିଳି ପାରୁନାହିଁ। ଅନ୍ୟ ପଟରେ ଧାମରା ନିକଟ କାଳିନାଳୀ ଠାରେ ନୂତନ ଚଢା ୨୦୧୧-୧୨ ମସିହାରେ ସୃଷ୍ଟି ହୋଇଥିଲା । ଏହି ଚଢାର ଲମ୍ବ ୨କି.ମି ହୋଇଥିବା ବେଳେ ଏହାର ଓସାର ୦.୭୫୦କି.ମି। ଏହି ଚଢା ର ଆକାର ଆନୁମାନିକ ବାବେ ୩୨ ଏକରରୁ ଉର୍ଧ ହୋଇଥିବା ବେଳେ ଏହି ଚଢାରେ ପ୍ରାକୃତିକ ଭାବେ ବନୀ ଜଙ୍ଗଲ ସୃଷ୍ଟି ହୋଇଛି। ମାତ୍ର ଏହି ବନୀ ଜଙ୍ଗଲ ଟି କାହାର ତାହା ଆଜି ପର୍ଯ୍ୟନ୍ତ ସ୍ତିରୀକୃତ ହୋଇ ପାରିନାହିଁ। ପ୍ରାଥମିକ ପଦକ୍ଷେପ ସ୍ୱରୂପ ଏହାକୁ ମାପଚୁପ କରିବା ଦାୟିତ୍ୱ ଚାନ୍ଦବାଲି ତହସିଲଦାରଙ୍କ ହୋଇଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଫଳରେ ମାପ ଚୁପ ହେବା ପରେ ଏହା ବନିବିଭାଗକୁ ହସ୍ତାନ୍ତରିତ କରାଯିବ । ସରକାରଙ୍କ ବନ ବିବାଗ କୃତ୍ରିମ ବନୀଜଙ୍ଗଲ ସୃଷ୍ଟି କରିବାକୁ କୋଟି କୋଟି ଟଙ୍କା ଖର୍ଚ କରି ବନୀଜଙ୍ଗଲ ସୃଷ୍ଟି କରି ପାରୁ ନଥିବା ବେଳେ ପ୍ରାକୃତିକ ବନୀ ଜଙ୍ଗଲକୁ ସୁରକ୍ଷା ଦେବା ପ୍ରଶ୍ନବାଚୀ ହୋଇ ପଡିଛି। ତୁରନ୍ତ ଏଥିପ୍ରତି ବନବିଭାଗ ଯତ୍ନବାନ ହେବା ଜରୁରୀ। ପ୍ରତିକ୍ରିୟା- ଏସିଏସଫ -ସୁମିତ ମହାନ୍ତି । ଏହି ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି ଉପରୁ ନିର୍ଦେଶ ହେଲେ ବନୀଜଙ୍ଗଲର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ୨) ଚନ୍ଦ୍ରଶେଖର ଜେନା, (ବୁଦ୍ଧିଜିବୀ)- ବନବିଭାଗ ଚିର ନିଦ୍ରାରେ ସରକାରଙ୍କ ମାଲ ଦରିଆ ମେ ଡାଲ ନୀତି ଆପଣାଉଛି ବନ ବିଭାଗ, ପ୍ରାକୃତିକ ବନୀ ଜଙ୍ଗଲକୁ ସୁରକ୍ଷା ଦେଇ ପାରୁ ନଥିବା ବନ ବିଭାଗ କୃତ୍ରିମ ଜଙ୍ଗଲ ସୃଷ୍ଟି ଏକ ହାସ୍ୟାସ୍ପଦ କଥା , କେବଳ ଜନସାଧାରଣଙ୍କ ଅର୍ଥକୁ ହରିଲୁଟ କରିବା ଅଧିକାରୀଙ୍କ ଇଛା।
Home ଜିଲ୍ଲା ପରିକ୍ରମା ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡରେ ବନୀ ଜଙ୍ଗଲ ହ୍ରାସ ପାଉଥିବା ବେଳେ କାଗଜପତ୍ରରେ ଚାଲିଛି ବୃଦ୍ଧି








