Home ଜିଲ୍ଲା ପରିକ୍ରମା ସବୁଜ ସାଥୀ ସାମ୍ମୁଖ୍ୟର କୃଷକ ସମ୍ବର୍ଦ୍ଧନା ଉତ୍ସବ

ସବୁଜ ସାଥୀ ସାମ୍ମୁଖ୍ୟର କୃଷକ ସମ୍ବର୍ଦ୍ଧନା ଉତ୍ସବ

2

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପ୍ରମୁଖ ସାମାଜିକ ଅନୁଷ୍ଠାନ ସବୁଜସାଥୀ ସାମ୍ମୁଖ୍ୟ ରାଜ୍ୟର କୃଷି କୃଷିଭିତିକ ଗଣପର୍ବ ଅକ୍ଷୟ ତୃତୀୟା ପାଳନ ଅବସରରେ ଭଦ୍ରକ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ‘ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା’ ସମ୍ପର୍କିତ ଏକ ଆଲୋଚନା ଚକ୍ର ଓ କୃଷକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଡଃ ପ୍ରମୋଦ କୁମାର ନାୟକ ଓ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ଆମ ଭାରତୀୟ ସଂସ୍କୃତି ସହିତ ଅକ୍ଷୟ ତୃତୀୟା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଉତ୍ସବରେ ସାମ୍ମୁଖ୍ୟର ସଭାପତି ରମେଶ ଚନ୍ଦ୍ର ରାୟ ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ଦିଲ୍ଲୀପ କୁମାର ଖୁଂଟିଆ ସାମ୍ମୁଖ୍ୟର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। କୃଷିକବି ଅରୁଣ କୁମାର ପାତ୍ରଙ୍କ ରଚିତ ଦୁଇଟି କୃଷି ପୁସ୍ତକ କୃଷି, କୃଷକ ଓ କୃଷି ଜୀବନ ଏବଂ ବିଲେ ବୋଲେ ଚଷା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଭଦ୍ରକ ଜିଲ୍ଲାର ୭ଗୋଟି ବ୍ଲକରୁ ୭ ଜଣ କୃଷକସାଥୀ ଓ ୭ ଜଣ ସଫଳ କୃଷକଙ୍କୁ ଉତରୀୟ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ଭଦ୍ରକସ୍ଥିତ ମନ୍ଦିରା ଏକାଡେମୀର ଛାତ୍ରୀମାନେ କୃଷିଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସାମ୍ମୁଖ୍ୟର ସଦସ୍ୟ ଉଦିତ କୁମାର ରାୟ, ଲକ୍ଷ୍ମୀଧର ସାହୁ, ଶ୍ରୀଧର ଦାସ, ପ୍ରଦୀପ କୁମାର ପାଢ଼ୀ, ନିର୍ମଳ ଚନ୍ଦ୍ର ସାହୁ, ପଙ୍କଜ କୁମାର ବାଇ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ। ଅରୁଣ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.