ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୂଲ୍ୟବୋଧ କବିତା, ଗଳ୍ପ, ଉପନ୍ୟାସ ବ୍ୟାସ ଓ ନାଟକ ଆଦି ପାଠକୀୟ ଆଦୃତି ଲାଭ କଲେ ଦିଗହରା ସମାଜର ପରିବର୍ତନ ଘଟେ । ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ଅନୁଭବ କରି କବି, ଗାଳ୍ପିକ, ଔପନ୍ୟାସିକ ଓ ନାଟ୍ୟକାର ସଠିକ୍ କଲମ ଚାଳନା କଲେ ତାହା ମଲମ ଭଳି କାମ କରେ ଓ ସମାଜର ମଙ୍ଗଳ ସାଧିତ ହୁଏ ବୋଲି ଗ୍ରୀଷ୍ମକାଳୀନ ସମାରୋହ ଓ ବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ମୁଖ୍ୟ ଅତିଥ୍ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ , ବିଶିଷ୍ଟ ଅତିଥି ଅବସର ପ୍ରାପ୍ତ ଅଧ୍ୟାପକ ରାଇମୋହନ ମହାପାତ୍ର, ମୁଖ୍ୟବକ୍ତା ଅବସର ପ୍ରାପ୍ତ କୃଷି ଅଧିକାରୀ କୃଷି କବି ଅରୁଣ ପାତ୍ର, ସମ୍ମାନିୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବକୁ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାହୁ ପୌରୋହିତ୍ୟ କରିଥିଲେ। ରଙ୍ଗ ବଲ୍ଲଭ ଜେନା ମଂଚର ବିବରଣୀ ପାଠ କରିଥିଲାବେଳେ ସଭାପତି ପ୍ରଶାନ୍ତ କୁମାର ସାହୁ ସହଯୋଗ କରିଥିଲେ। ଏହି ଅବସରରେ ବାର୍ଷିକ ମୁଖପତ୍ର “ମାଧୁକରୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
Home ଜିଲ୍ଲା ପରିକ୍ରମା ପିଏମଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ ସାହିତ୍ୟ ସଂସ୍କୃତି ମଂଚର ବାର୍ଷିକ ଉତ୍ସବ







